ସଙ୍ଗୋଲ କ’ଣ ? ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ(ସଂକେତ୍ ଟିଭି) ଦେଶର ନୂତନ ସଂସଦ ଭବନ ନିର୍ମାଣ ଶେଷ ହୋଇଛି । ମଇ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂତନ ଭବନର ଉଦଘାଟନ କରିବେ । ନୂଆ ସଂସଦରେ ଚୋଳ ସାମ୍ରାଜ୍ୟ ସହ ଜଡିତ ଐତିହାସିକ ପ୍ରତୀକ ସେଙ୍ଗୋଲ ମଧ୍ୟ ରଖାଯିବ । ଏହାକୁ ଭାରତର ରାଜଦଣ୍ଡ ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ପ୍ରତୀକ ଏତେ ଗୁରୁତ୍ୱପୂର୍ଣ୍ଣ ଏବଂ ସାରା ଦେଶରେ କାହିଁକି ଚର୍ଚ୍ଚା ହେଉଛି ।

ଗୃହ ମନ୍ତ୍ରୀ ଅମିତ୍‌ ଶାହା ନିଜେ ଏହି ଐତିହାସିକ ସେଙ୍ଗୋଲ ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଏହି ପବିତ୍ର ସେଙ୍ଗୋଲକୁ ସଂଗ୍ରହାଳୟରେ ରଖାଯିବା ଅନୁଚିତ । ସେଙ୍ଗୋଲର ସ୍ଥାପନା ପାଇଁ ସଂସଦ ଭବନରୁ ଅଧିକ ଉପଯୁକ୍ତ, ପବିତ୍ର ଏବଂ ସଠିକ୍‌ ସ୍ଥାନ ଅନ୍ୟ କିଛି ହୋଇ ନପାରେ । ତେଣୁ ସଂସଦ ଭବନ ଯେତେବେଳେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରାଯିବ, ସେହି ଦିନ ପ୍ରଧାନମନ୍ତ୍ରୀ ମୋଦୀ ବିନମ୍ରତା ସହ ତାମିଲନାଡୁରୁ ଆସିଥିବା ଅଧିନମ (ତାମିଲନାଡୁର ତଞ୍ଜୋର ଜିଲ୍ଲାରେ ସ୍ଥିତ ଧାର୍ମିକ ମଠରୁ ସେଙ୍ଗୋଲକୁ ସ୍ୱୀକାର କରିବେ ।

ତାମିଲ ଭାଷାରେ ସେମ୍ମଇରୁ ସେଙ୍ଗୋଲ ଶବ୍ଦର ଉତ୍ପତ୍ତି । ଏହାର ଅର୍ଥ ହେଉଛି ଧର୍ମ, ସତ୍ୟ ଏବଂ ନିଷ୍ଠା । ସେଙ୍ଗୋଲ ରାଜଦଣ୍ଡ ଭାରତୀୟ ସମ୍ରାଟଙ୍କ ଶକ୍ତି ଏବଂ ଅଧିକାରୀର ପ୍ରତୀକ ଥିଲା । ସେଙ୍ଗୋଲ ଇତିହାସ ବାବଦରେ ସୂଚନା ଦେଇ ଶାହ କହିଛନ୍ତି ଯେ ୧୯୪୭ ଅଗଷ୍ଟ ୧୪ରେ ୧୦.୪୫ଟା ବେଳେ ଜବାହାରଲାଲ ନେହେରୁ ତାମିଲନାଡୁର ଜନତାଙ୍କୁ ଠାରୁ ଏହାକୁ ସ୍ୱୀକାର କରିଥିଲେ । ଏହା ଇଂରେଜଙ୍କଠାରୁ ଦେଶର ଲୋକଙ୍କୁ ଶାସନ ହସ୍ତାନ୍ତରଣର ସଂକେତ ଥିଲା ସେ କହିଛନ୍ତି ଯେ ଏହାକୁ ଆଲହାବାଦର ଏକ ସଂଗ୍ରହାଳୟରେ ରଖାଯାଇଥିଲା ଏବଂ ଯାହାକୁ ନୂତନ ସଂସଦ ଭବନରେ ସ୍ଥାପନ କରାଯିବ । ଇଂରେଜଙ୍କ ଠାରୁ ଶାସନ ହସ୍ତାନ୍ତର ସମୟରେ ପ୍ରତୀକାତ୍ମତ ବିଷୟ ଉଠିଥିଲା । ଏହାପରେ ସେଙ୍ଗୋଲ ବାବଦରେ ପ୍ରଥମ ଥର ପାଇଁ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ସି.ରାଜଗୋପାଲାଚାରୀ ପ୍ରସ୍ତାବ ଦେଇଥିଲେ ।

ତାମିଲନାଡୁରରେ ନୂଆ ରାଜାଙ୍କୁ କ୍ଷମତା ହସ୍ତାନ୍ତର ସମୟରେ ରାଜପୂରୋହିତଙ୍କ ଦ୍ୱାରା ଆପଣା ଯାଉଥିବା ପରମ୍ପରାରୁ ସେ ପ୍ରେରିତ ଥିଲେ । ତାମିଲନାଡୁରେ ପ୍ରଚଳିତ ଏହି ପରମ୍ପରାର ପାଳନ କରି ରାଜାଜୀ ମାଡ୍ରାସରେ ବୁମ୍ମିଦି ବଙ୍ଗାରୁ ନାମକ ଜଣେ ସୁନା କାରିଗରଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ସେ ସୁନାର ସେଙ୍ଗୋଲ ରାଜଦଣ୍ଡ ତିଆରି କରିଥିଲେ ।