ନାବାଳିକା ଝିଅକୁ ହତ୍ୟା ମାମଲାରେ ମାଆ ଓ ସାବତ ବାପାକୁ ଆଜୀବନ କାରାଦଣ୍ଡ
ବାଲେଶ୍ବର (ସଂକେତ୍ ଟିଭି) ନିଜ ଝିଅକୁ ହତ୍ୟା ଅଭିଯୋଗରେ ମାଆ ଏବଂ ସାବତ ବାପାକୁ ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ସହିତ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଦେବା ପାଇଁ କୋର୍ଟ ରାୟ ଶୁଣାଇଛନ୍ତି ।
ଗତ ବର୍ଷ ଜୁନ୍ ୨୨ ତାରିଖରେ ବାଲେଶ୍ଵର ଟାଉନ୍ ଥାନାରେ ମୃତ ନାବାଳିକାଙ୍କ ପିତା ସେକ କୁତୁବୁଦ୍ଦିନ ଅଭିଯୋଗ ଆଣିଥିଲେ। ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜଜ୍ ବିଶ୍ୱଜିତ୍ ଦାସ ଏହି ମାମଲାର ରାୟ ଶୁଣାଇ ବେବି ବିୱି ସହ ଏସ୍ କେ ଅବଦୁଲ ରହିମକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବେବି ବିୱି ନିଜ ଦ୍ଵିତୀୟ ସ୍ବାମୀ ସହ ମିଶି ପ୍ରଥମ ସ୍ବାମୀର ପାଖରୁ ଜନ୍ମ ହୋଇଥିବା ୧୩ ବର୍ଷର ନାବାଳିକା ଝିଅକୁ ହତ୍ୟା କରିଥିଲା।