ମଙ୍ଗଳରେ ଅଛନ୍ତି କି ଜୀବ? ପୃଥିବୀକୁ ଆସିଲା ଏଲିୟନ୍ ସିଗ୍ନାଲ
ନୂଆଦିଲ୍ଲୀ (ସଂକେତ୍ ଟିଭି): ପୃଥିବୀ ବାହାରେ ଆଉ ଏକ ଜୀବଜଗତର ସନ୍ଧାନ ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ସଙ୍କେତ ଆସିଛି । ମଙ୍ଗଳରେ ମଣିଷ ଭଳି ପ୍ରାଣୀ ଥିବା ସଂକେତ ମିଳିଛି । ୟୁରୋପୀୟ ମହାକାଶ ଏଜେନ୍ସିର ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ୍ ଅର୍ବିଟର (ଟିଜିଓ) ବୁଧବାର ରାତି ୯ଟାରେ ମଙ୍ଗଳ ଗ୍ରହ ଚାରିପଟେ ଥିବା କକ୍ଷପଥରୁ ପୃଥିବୀକୁ ଏକ ଏନକୋଡେଡ୍ ମେସେଜ୍ ଆସିଥିବା ଜଣାଇ ଅନ୍ୟ ସଭ୍ୟତାର ବାସ୍ତବ ସଙ୍କେତ ମିଳିଥିବା କହିଛି । ଏହା ଏକ ରେଡିଓ ସିଗନାଲ୍ ମାଧ୍ୟମରେ ଆସିଥିଲା ଏବଂ ପୃଥିବୀର ବିଭିନ୍ନ ଦେଶରେ ଖଞ୍ଜା ଯାଇଥିବା ଶକ୍ତିଶାଳୀ ଟେଲିସ୍କୋପ୍ ଏହାକୁ ଗ୍ରହଣ କରିଥିଲା ।
‘ସମଗ୍ର ଇତିହାସରେ ମାନବସମାଜ ବର୍ତ୍ତମାନ ଶକ୍ତିଶାଳୀ ଏବଂ ପରିବର୍ତନଶୀଳ ଘଟଣାର ଅର୍ଥ ଖୋଜୁଛି । ଏ ପରିସ୍ଥିତିରେ ପୃଥିବୀ ବାହାରେ ଥିବା ସଭ୍ୟତାର ବାର୍ତ୍ତା ମିଳିବା ସମଗ୍ର ମାନବଜାତି ପାଇଁ ଏକ ଗଭୀର ପରିବର୍ତ୍ତନଶୀଳ ଅନୁଭୂତି ହେବ ’ ‘ଏ ସାଇନ୍ ଇନ୍ ସ୍ପେସ୍’ ପ୍ରକଳ୍ପର ର୍ନିମାତା ଡାନିଏଲା ଡି ପାଉଲିସ୍ କହିଛନ୍ତି । ସର୍ଚ୍ଚ ଫର ଏକ୍ସଟ୍ରାଟେରେଷ୍ଟ୍ରିଆଲ ଇଣ୍ଟେଲିଜେନ୍ସ ମଙ୍ଗଳରେ ଅଛନ୍ତି କି ଜୀବ? ପୃଥିବୀକୁ ଆସିଲା ଏଲିୟନ୍ ସିଗ୍ନାଲ (ସେଟି) ଇନଷ୍ଟିଚ୍ୟୁଟରେ ଆର୍ଟିଷ୍ଟ ଇନ୍ ରେସିଡେନ୍ସ ଥିବା ପାଓଲିସ ଜଣେ ଅନ୍ତର୍ଜାତୀୟ ବିଶେଷଜ୍ଞ ।
ସେ ମହାକାଶ ବୈଜ୍ଞାନିକ ଓ ଆର୍ଟିଷ୍ଟମାନଙ୍କୁ ଧରି ପୃଥିବୀ ବାହାରୁ ମିଳୁଥିବା ବାର୍ତ୍ତାକୁ ଡିକୋଡିଂ ଏବଂ ବ୍ୟାଖ୍ୟା କରିବା ପ୍ରକ୍ରିୟା ପାଇଁ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ।ଏହି ପ୍ରକଳ୍ପର ଏକ ଅଂଶ ଭାବରେ ୟୁରୋପୀୟ ପ୍ରୋବ୍ ଦ୍ୱାରା ଏହି ସଙ୍କେତ ତାଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଗ୍ରୀନ୍ ବ୍ୟାଙ୍କ ଟେଲିସ୍କୋପ୍ (ପଶ୍ଚିମ ଭର୍ଜିନିଆ), ମେଡିସିନା ରେଡିଓ ଆଷ୍ଟ୍ରୋନୋମିକାଲ୍ ଷ୍ଟେସନ୍ (ଇଟାଲୀ), ଆଲେନ୍ ଟେଲିସ୍କୋପ୍ ଆରେ (କାଲିଫର୍ଣ୍ଣିଆ) ଏବଂ ଭେରି ଲାର୍ଜ ଆରେ (ନ୍ୟୁ ମେକ୍ସିକୋ) ଦ୍ୱାରା ଗ୍ରହଣ କରାଯାଇଥିଲା । ‘ଆମେ ବ୍ୟକ୍ତି ବିଶେଷ ଏବଂ ଗୋଷ୍ଠୀମାନଙ୍କୁ ବାର୍ତ୍ତାର ବିଷୟବସ୍ତୁ ଡିକୋଡିଂ ଏବଂ ବ୍ୟାଖ୍ୟା କରିବାରେ ଅଂଶଗ୍ରହଣ କରିବାକୁ କହୁଛୁଛ ଡିକୋଡିଂ ଏବଂ ବ୍ୟାଖ୍ୟା ପ୍ରକ୍ରିୟା ବାର୍ତ୍ତାର ଉଭୟ ବୈଷୟିକ ଏବଂ ସାଂସ୍କୃତିକ ବିଷୟବସ୍ତୁ ର୍ନିଦ୍ଧାରଣ କରିବ’ ବୋଲି
ପ୍ରକଳ୍ପ ୱେବସାଇଟରେ କୁହାଯାଇଛି ।
ସୂଚନାଯୋଗ୍ୟ, ଏହି ମେସେଜକୁ ଡି ପାଉଲିସ ଏବଂ ତାଙ୍କ ଟିମ୍ ଡିଜାଇନ୍ ଏନକୋଡ୍ କରିଛନ୍ତି ଏବଂ ବର୍ତ୍ତମାନ ଏହାକୁ ଗୁପ୍ତ ରଖାଯାଇଛି । ଏହି ପ୍ରକଳ୍ପ ଏବେ ଲୋକମାନଙ୍କୁ ବାର୍ତ୍ତାର ବ୍ୟାଖ୍ୟା ପଠାଇବାକୁ ଅନୁରୋଧ କରିଛି । ଏଟିଏ ପ୍ରକଳ୍ପ ବୈଜ୍ଞାନିକ ଡ. ୱିଲ୍ ଫରାହ କହିଛନ୍ତି, ଏହି ପରୀକ୍ଷଣ ବିଶ୍ୱ ପାଇଁ ଏକ ସୁଯୋଗ ଯେ ‘ସେଟି’ ସଦସ୍ୟ ଏହାର ସମସ୍ତ ବିବିଧତା ମଧ୍ୟରେ କିପରି ଏକ ସମ୍ଭାବ୍ୟ ପୃଥିବୀବିହୀନ ସଙ୍କେତ ଗ୍ରହଣ, ପ୍ରକ୍ରିୟାକରଣ, ବିଶ୍ଳେଷଣ ଏବଂ ଅର୍ଥ ବୁଝିବା ପାଇଁ ଏକାଠି କାମ କରିବ । ମଙ୍ଗଳ ଗ୍ରହରୁ ଆସିଥିବା ବାର୍ତ୍ତାର ବିବରଣୀ ଡିକୋଡିଂ ପାଇଁ ଏଠାରେ ଉପଲବ୍ଧ ଜ୍ୟୋର୍ତିବିଜ୍ଞାନ ଅପେକ୍ଷା ଇଟି ସହ ଯୋଗାଯୋଗ କରିବା ପାଇଁ ବ୍ୟାପକ ଜ୍ଞାନର ଆବଶ୍ୟକତା ରହିଛି ।