ସଂସଦ ଭବନ ଉଦଘାଟନୀ ଉତ୍ସବରେ ଜାରି ହେବ ୭୫ ଟଙ୍କିଆ କଏନ୍
ନୂଆଦିଲ୍ଲୀ (ସଂକେତ୍ ଟିଭି) ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଦେଶରେ ୭୫ ଟଙ୍କିଆ ନୂଆ ମୁଦ୍ରା ଜାରି ହେବ । ନୂଆ ମୁଦ୍ରା ଜାରି ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି । ୭୫ ବର୍ଷ ସ୍ବାଧୀନତା ପୂର୍ତ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଉଦଘାଟନ କରିବେ ।
ଜାରି ହେବାକୁ ଥିବା ନୂଆ ୭୫ ଟଙ୍କିଆ ମୁଦ୍ରାରେ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ରହିବ । ସଂସଦ ଭବନ ଚିତ୍ର ସହ ସତ୍ୟମେବ ଜୟତେ ମଧ୍ୟ ମୁଦ୍ରାରେ ଲେଖାଥିବ । ହିନ୍ଦୀ ଏବଂ ଇଂରାଜୀରେ ଇଣ୍ଡିଆ ଲେଖାଥିବ । ମୁଦ୍ରାରେ ଟଙ୍କାର ଚିହ୍ନ ଏବଂ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ସହ ସଂଖ୍ୟାରେ ୭୫ ଲେଖାଥିବ । ମୁଦ୍ରାର ଅନ୍ୟ ପାଖରେ ସଂସଦ ଭବନ ଚିତ୍ର ରହିବ । ଏହା ସହ ମୁଦ୍ରାର ବାମ ପାଖରେ ହିନ୍ଦୀରେ ଓ ଡାହାଣ ପାର୍ଶ୍ବରେ ଇଂରାଜୀ ଭାଷାରେ ଭାରତ ଲେଖାଥିବ । ଏହା ସହ ହିନ୍ଦୀରେ ସଂସଦ ସଙ୍କୁଳ ଲେଖାଥିବ । ତଳ ପାର୍ଶ୍ବରେ ପାର୍ଲାମେଣ୍ଟ କମ୍ପଲେକ୍ସ ଲେଖା ରହିବ । ମୁଦ୍ରାର ଓଜନ ୩୫ ଗ୍ରାମ ରହିବ । ଏହାର ବ୍ୟାସ ୪୪ ମିଲିମିଟର ଓ ପରିଧି ୨୦୦ ରହିବ । ଏହା ଚାରୋଟି ଧାତୁରୁ ପ୍ରସ୍ତୁତ ହୋଇଛି । ୫୦ ପ୍ରତିଶତ ରୂପା ୪୦ ପ୍ରତିଶତ ତମ୍ବା ୫ପ୍ରତିଶତ ନିକେଲ ଓ ୫ ପ୍ରତିଶତ ଜିଙ୍କ ରହିଛି ।