୬ ବର୍ଷର ଶିଶୁ କନ୍ୟାକୁ ଦଳିଦେଲା ହାତୀ
ସୋର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ସରଳିଆ ଚିତ୍ରାଶୁଳ ଗ୍ରାମର ବିଳମ୍ବିତ ରାତିରେ ହାତୀ ଦଳିଦେବାରୁ ଜଣେ ୬ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ ଗ୍ରାମର ନିଶିକାନ୍ତ ଦେଉରୀ ନିଜ ପରିବାର ସହିତ ଘରେ ଶୋଇଥିଲେ। ଏହି ସମୟରେ ୫ରୁ ୬ ଟି ହାତୀ ତାଙ୍କ ବାଡ଼ି ଭିତରକୁ ପଶି ନଡିଆ ଗଛ ଖାଉଥିଲେ। ହାତୀର ଶବ୍ଦ ଶୁଣି ପରିବାର ଲୋକେ ଉଠି ହାତୀକୁ ଘଉଡାଇଥିଲେ । ଏହି ସମୟରେ ଗୋଟିଏ ହାତୀ ଘର ଭିତରକୁ ପଶିବା ସହିତ ହଠାତ ଶିଶୁ କନ୍ୟାଟି ଉଠି ଆସୁଥିବା ବେଳେ ତା ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ନିଶିକାନ୍ତଙ୍କର ଆଉ ଦୁଇ ପିଲା ଓ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଗ୍ରାମବାସୀ ମାନେ ପହଂଚି ହାତୀକୁ ଘଉଡାଇବା ସହିତ ଶିଶୁ କନ୍ୟାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତର ଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାଟି ମୃତ ଘୋଷଣା କରିଥିଲେ ।