ଭୁଜାଲି ଦେଖାଇ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ସୋର (ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ସୋର ଥାନା ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗାଁରେ ଘର ଗ୍ରିଲ ଭାଙ୍ଗି ସୁନାଗହଣା ଓ ନଗଦ ଟଙ୍କା ଲୁଟିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ସେମାନଙ୍କ ନିକଟରୁ ୩ ଭରି ସୁନା ଓ ତିରିଶ ହଜାର ଟଙ୍କା ଲୁଟିନେଇଛନ୍ତି ।

ସୂଚନା ଅନୁସାରେ, ଅଙ୍କବ୍ରହ୍ମପୁର ଗାଁର ମନୋଜ କୁମାର ନାୟକଙ୍କ ଘରର ଗ୍ରିଲ ଭାଙ୍ଗି ୫ ରୁ ୬ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶିଆସିଥିଲେ । ସେମାନେ ବେକରେ ଭୁଜାଲି ଲଗାଇବା ସହିତ ମନୋଜ ଓ ତାଙ୍କ ସ୍ତ୍ରୀଙ୍କ ହାତ ବାନ୍ଧି ଦେଇଥିଲେ । ଆଲମିରା ଚାବି ମାଗିଥିଲେ ନଦେଲେ ସେମାନେ ମାରିଦେବାକୁ ଭୟ ଦେଖାଇଥିଲେ । ତେଣୁ ଭୟରେ ଗଡ଼ରେଜ ଚାବି ଦେବାପରେ ସବୁ କଳାକନା ବୁଲାଇ ନେଇଯାଇଥିଲେ । ଦୁର୍ବୃତ୍ତ ମାନେ ସେମାନଙ୍କ ନିକଟରୁ ୩ ଭରି ସୁନା ଓ ତିରିଶ ହଜାର ଟଙ୍କା ଲୋଟିନେଇଛନ୍ତି । ସକାଳେ ସୋର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।