୨୦୨୪ ସୁଦ୍ଧା ରାଜ୍ୟରେ ନିର୍ମାଣ ସରିବ ମୋଟ୍ ୯ ଶହ ସେତୁ
ଭୁବନେଶ୍ବର (ସଂକେତ୍ ଟିଭି) ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ୍ ୯ଶହ ସେତୁ ନିର୍ମାଣ ସରିବ । ୨୦୧୯ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ବିଜୁ ସେତୁ ଯୋଜନାରେ ୭ଶହ ୫୦ଟି ସେତୁ ନିର୍ମାଣର ଲକ୍ଷ୍ୟ ଥିବାବେଳେ ୬ଶହ ୭୯ଟି ସେତୁ ନିର୍ମାଣ ସରିଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରିତିରଂଜନ ଘଡେଇ ଏବଂ ଗ୍ରାମ୍ଯଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧୀନରେ ୩ ହଜାର କିଲୋମିଟର ସଡ଼କ ନିର୍ମାଣ ପ୍ରସ୍ତାବ ରହିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୬ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ବିଭାଗ ଲକ୍ଷ୍ୟ ରଖିଛି । ଶିକ୍ଷା, ସ୍ବାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ରାଜସ୍ବ ବିଭାଗର ୧୬୪ଟି କୋଠା ବାଡି ନିର୍ମାଣ ହୋଇଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମାମୁକ୍ତ ରାସ୍ତା ଏବଂ ଗମନାଗମନ ସୁନିଶ୍ଚିତ କରିବା ପାଇଁ ୫୦ ହଜାର କିଲୋମିଟର ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ବିଭାଗ ଚେଷ୍ଟା କରୁଛି ।