ରାଜ୍ୟ କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ବର (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ମରାଯାଇଛି । ଏଥିରେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ବୈଠକରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି । କ୍ୟାବିନେଟରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ପୂର୍ତ୍ତ ମହିଳା ଏବଂ ଶିଶୁ ବିକାଶ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଗୃହ ଏବଂ ନଗର ଉନ୍ନୟନ ସ୍ୱାସ୍ଥ୍ୟ କୃଷି ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅବକାରୀ ଦକ୍ଷତା ବିକାଶ ଉଚ୍ଚଶିକ୍ଷା ବିଭାଗର ଯୋଜନା ସହ ମୋ ଘର ଯୋଜନାରେ ମୋହର ବାଜିଛି ।

ସୋମବାର ପୂର୍ବାହ୍ନ ସମୟରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ‘ମୋ ଘର ଯୋଜନାକୁ କ୍ୟାବିନେଟର ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ ହେବେ ।

ସେହିପରି ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷା ଯୋଗାଇବା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଏଥିପାଇଁ ଆବଶ୍ୟକ ବଜେଟକୁ କ୍ୟାବିନେଟ ମୋହର ମାରିଛି । ୩୩୦୧୭ କୋଟିର ପ୍ରସ୍ତାବ ଆଗତ ହୋଇଛି । ଏହା ରାଜ୍ୟର ସରକାରୀ ଡାକ୍ତରଖାନାରେ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ସୁନିଶ୍ଚିତ କରିବ ।

ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜିର ନବକଳେବର ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସୁଟର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟ ସରକାର ୬ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି । ବଲାଙ୍ଗୀର ଜିଲ୍ଲା ପାଇଁ ୬ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ୨୨୨ଟି ଗାଁର ୧୬୧ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ । ସେହିପରି ଗଜପତିର ଜିଲ୍ଲା ପାଇଁ ୨ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୩୪୬ଟି ଗାଁର ୧ ଲକ୍ଷ ୩୧ ହଜାରରୁ ଅଧିକ ବାସିନ୍ଦା ଉପକୃତ ହେବେ । ଉଭୟ ଖରିଫ ଓ ରବି ଫସଲ ଋତୁରେ ଚାଷଜମିକୁ ଜଳ ସୁନିଶ୍ଚିତ କରିବା ପାଇଁ ଜଳକ୍ଳିଷ୍ଟ ଅଞ୍ଚଳରେ ଭୂତଳ ଜଳର ପୋଷଣୀୟ ବିନିଯୋଗ ଯୋଜନାରେ ୩୬୪୪୦ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଞ୍ଜୁର କରିଛି । ଏଥିରେ କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂପ ଖନନ ସହ ସୌର ଶକ୍ତିରେ ଜଳ ଉତ୍ତୋଳନ ବ୍ୟବସ୍ଥା ଦ୍ୱାରା ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇବ ।

ସେହିପରି କୋଣାର୍କ ମନ୍ଦିର ପରିସର ଓ ଚର୍ତୁପାର୍ଶ୍ବକୁ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ ଓ ସ୍ମାରକୀ ଏବଂ ପର୍ଯ୍ୟଟନ ଆକର୍ଷଣର ସମନ୍ବିତ ବିକାଶ ଯୋଜନା ଅଧିନରେ କୋଣାର୍କ ଐତିହ୍ୟସ୍ଥଳୀ ବିକାଶ ଯୋଜନା ମାଧ୍ୟମରେ କୋଣାର୍କ ମନ୍ଦିର ଆଖପାଖରେ ଭିତ୍ତିଭୂମିର ଉନ୍ନତି ଓ ପର୍ଯ୍ୟଟକଙ୍କ ଅନୁଭବକୁ ଉନ୍ନତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ବିପି କନଷ୍ଟ୍ରକସନ ସଂସ୍ଥାକୁ ୨୦୯ କୋଟି ୭୩ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର ହୋଇଛି । ୧୮ ମାସରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଡେଲିଭରୀ ବୟ ଓ ଜ୍ବିଗାଟୋ ଫିଲ୍ମ ଟ୍ୟାକ୍ସ ଫ୍ରି ସେହିପରି ଏକାମ୍ର କ୍ଷେତ୍ର ଯୋଜନାରେ ପୁରୁଣା ଭୁବନେଶ୍ୱର ଅଞ୍ଚଳ ବିଭିନ୍ନ ପ୍ରାଚୀନ ସ୍ମାରକୀର ପୁନରୁଦ୍ଧାର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ୧୫୬ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହା ସହ ଦୁଇଟି ସିନେମାକୁ କର ମୁକ୍ତ ନିଷ୍ପତ୍ତିକୁ କ୍ୟାବିନେଟ ମୋହର ବାଜିଛି ।