ଯୁକ୍ତ ଦୁଇ ବିଜ୍ଞାନରେ ସେକେଣ୍ଡ କ୍ଲାସ ହେବାରୁ କୋଠାରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ବାଲେଶ୍ବର (ସଂକେତ୍ ଟିଭି) ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେକେଣ୍ଡ କ୍ଲାସ ହେବାରୁ ତିନି ମହଲା କୋଠାରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ସିମୁଳିଆ ଗାଁରେ ଘଟିଛି ।
ସୂଚନା ଅନୁସାରେ, ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ। ଆଜି ରେଜଲ୍ଟ ବହାରିବାରୁ ସେ ମାନସିକ ଭାବେ ଭାଙ୍ଗି ପଡିଥିବା ବେଳେ ତାଙ୍କ ଘର କୋଠା ଉପରକୁ ଯାଇ ତଳକୁ ଡିଆଁ ମାରିଦେଇଥିଲେ। ଗୁରୁତର ଭାବେ ତାଙ୍କୁ ନୀଳଗିରିରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।