ରାଜସ୍ଥାନରେ ମିଳିବ ୧୦୦ ୟୁନିଟ୍ ମାଗଣା ବିଜୁଳି, ଘୋଷଣା କଲେ ଗେହଲଟ ସରକାର

ଜୟପୁର (ସଂକେତ୍ ଟିଭି) ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ନେଇ ଘୋଷଣା କରିଛନ୍ତି । ଏହା ସହ ପରବର୍ତ୍ତୀ ୧୦୦ ୟୁନିଟ ଲାଗି ଫିକ୍ସଡ ରେଟ ବି ଧାର୍ଯ୍ୟ କରିଛନ୍ତି ।

ଗେହଲଟ କହିଛନ୍ତି ମୁଦ୍ରାସ୍ଫୀତି ଓ ଜନତାଙ୍କ ପ୍ରସ୍ତାବ ଅନୁସାରେ ବିଦ୍ୟୁତ ବିଲ୍ ନୀତିରେ ପରିବର୍ତ୍ତନ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାର କୋଟିଏ ୧୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ଅଶୋକ ଗେହଲଟ କହିଛନ୍ତି । ଯେଉଁମାନେ ପ୍ରତି ମାସରେ ୧୦୦ ୟୁନିଟ୍‌ ବିଜୁଳି ବ୍ୟବହାର କରିବେ ସେମାନଙ୍କ ବିଲ୍‌ ଦେବାକୁ ପଡ଼ିବ ନାହିଁ । ପ୍ରଥମ ୧୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ବୋଲି ସେ କହିଛନ୍ତି।