ଫାଲକନ୍ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆୟକର ଚଢାଉ

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ଖନ୍ତାପଡା ଫାଲକନ୍ ମେରାଇନ୍ ଏକ୍ସପୋର୍ଟ ଲିମିଟେଡ୍ କମ୍ପାନୀରେ ଆୟକର ବିଭାଗ ଚଢାଉ କରିଥିବା ଜଣାପଡିଛି । ଏହି ସହିତ କମ୍ପାନୀ ଅଧିକାରୀଙ୍କ ବାସଭବନ ସହ ଅଫିସରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି ।

ଗୁରୁବାର ଭୋର ୬ଟାରୁ ଖନ୍ତାପଡା ଫାଲକନ୍ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଦୁଇଟି କେନ୍ଦ୍ରୀୟ ଆୟକର ଟିମ୍ ଚଢ଼ାଉ କରୁଛି । ଫ୍ୟାକ୍ଟ୍ରି ଭିତରକୁ ଷ୍ଟାଫଙ୍କୁ ଛଡ଼ାଯାଉନାହିଁ । ଏହା ସହିତ ଆୟକର ବିଭାଗ ପକ୍ଷରୁ ବାଲେଶ୍ଵର, ଭୁବନେଶ୍ୱର ବିଭିନ୍ନ ଅଫିସରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଥିବା ସୂଚନା ମିଳିଛି ।