ଜେଲରେ କେହି ବିଳାସରେ ରହିପାରିବେନି
ନୂଆଦିଲ୍ଲୀ (ସଂକେତ୍ ଟିଭି): ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଜେଲରେ କେହି ବିଳାସରେ ରହିପାରିବେନି କିମ୍ବା ବିଳାସ ପାଇପାରିବେନି । ଜେଲରେ ବିଳାସ ଆଶା କରିବା ଅସମ୍ଭବ ଏବଂ ଅଯଥାର୍ଥ ବୋଲି କୋର୍ଟ କହିଛନ୍ତି । ଏକ ଆର୍ଥିକ ଅନିୟମିତତା ମାମଲାରେ ଅସ୍ଥାାୟୀ ଜାମିନ ଚାହିଥିବା ହର୍ଷ ଦେବ ଠାକୁରଙ୍କ ଆବେଦନର ଶୁଣାଣି କରି ଆଜି ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି ।
ଆବେଦନକାରୀଙ୍କ ଓକିଲ କୋର୍ଟରେ ତାଙ୍କ ମହକିଲଙ୍କୁ ଆଶ୍ୱସ୍ତି ଦେବାପାଇଁ ଦାବି କରିଥିଲେ । କିଲର ଜଣଙ୍କ କହିଥିଲେ ତାଙ୍କ ମହକିଲ ହର୍ଷ ଦେବ ଠାକୁର ଜେଲରେ ବିଳାସରେ ନାହାନ୍ତି । ତେଣୁ ସେ ତାଙ୍କ ମହକିଲଙ୍କ ପାଇଁ ଜାମିନ ଚାହିଥିଲେ । ମାମଲାର ବିଚାର ଶେଷ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାପାଇଁ ଆବେଦନକାରୀ ଅନୁରୋଧ କରିଥିଲେ । କିନ୍ତୁ କୋର୍ଟ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ କହିଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିହେବନି ।