ବାଲେଶ୍ବରରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ ଦୁର୍ଘଟଣା, ୫ରୁ ଅଧିକ ବଗି ଲାଇନଚ୍ୟୁତ

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା‌ ୦୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। ଏଥିରେ କରମଣ୍ଡଳ ଏକ୍ସପ୍ରେସର ୫ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ ପ୍ରାୟ ଦଶରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଥିବା ଜଣାପଡିଛି । ସେହିପରି ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ, ଓଡ୍ରାଫ ଓ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଛନ୍ତି । ଏଥିଯୋଗୁଁ ଉଭୟ ପାର୍ଶ୍ବରେ ଟ୍ରେନ ଚଳାଚଳ ବନ୍ଦ ରହିଛି ।

ସୂଚନା ଅନୁସାରେ ମାଲଗାଡ଼ିଟି ଷ୍ଟେସନ ପୂର୍ବରୁ ଥିବା ରେଳ ଫାଟକ ନିକଟରେ ଲାଇନରେ ଛିଡ଼ା ହୋଇଥିବା ବେଳେ କୋଲକାତା ଆଡ଼ୁ ଆସୁଥିବା ସୁପରଫାଷ୍ଟ ଏକ୍ସପ୍ରେସ କରମଣ୍ଡଳ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା।