ଆସିଲା ବାହାନଗା ଟ୍ରେନ ଦୁର୍ଘଟଣାର ଯାଞ୍ଚ ରିପୋର୍ଟ, ଜାଣନ୍ତୁ କାହିଁକି ଘଟିଲା ଦୁର୍ଘଟଣା

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଯାଞ୍ଚ ରିପୋର୍ଟରେ ଏହି ହୃଦୟ ବିଦାରକ ଘଟଣା ପଛରେ ସିଗ୍ନାଲ ସମ୍ବନ୍ଧିତ ତ୍ରୁଟି ଥିବା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ବାହାନଗା ବଜାର ଷ୍ଟେସନରେ ମାଲଗାଡ଼ି ଲୁପ୍ ଲାଇନ୍‌ରେ ଛିଡ଼ା ହୋଇଥିଲା। ଏହି ସମୟରେ ଚେନ୍ନାଇରୁ ହାଓ୍ଵଡ଼ା ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ୍ ବାହାନଗା ଷ୍ଟେସନ ପହଞ୍ଚିଥିଲା। ପ୍ରତି ଷ୍ଟେସନରେ ଅନ୍ୟ ଟ୍ରେନକୁ ପାସ୍ କରାଇବା ପାଇଁ ଲୁପ୍ ଲାଇନ ରହିଥାଏ। ସେହି ଅନୁସାରେ ବାହାନଗା ଷ୍ଟେସନରେ ଅପ୍ ଏବଂ ଡାଉନ୍ ୨ଟି ଲୁପ୍ ଲାଇନ ରହିଛି। କୌଣସି ବି ଟ୍ରେନକୁ ଲୁପ୍ ଲାଇନ୍‌ରେ ସେହି ସମୟରେ ଛିଡ଼ା କରାଯାଏ ଯେତେବେଳେ ସେହି ସମୟରେ ଅନ୍ୟ କୌଣସି ଟ୍ରେନକୁ ଷ୍ଟେସନରୁ ଛଡ଼ାଯାଏ।

ବାହାନଗା ଷ୍ଟେସନରେ ମଧ୍ୟ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ଯଶବନ୍ତପୁର ହାଓ୍ଵଡ଼ା ଏକ୍ସପ୍ରେସକୁ ପାସ୍ କରାଇବା ପାଇଁ ମାଲଗାଡ଼ିକୁ ଲୁପ୍ ଲାଇନ୍‌ରେ ଛିଡ଼ା କରାଯାଇଥିଲା। କରମଣ୍ଡଳ ଏକ୍ସପ୍ରେସ୍ ଦ୍ରୁତ ଗତିରେ ମେନ୍ ଲାଇନ୍‌ରେ ଗତି କରୁଥିଲା। ସେହି ସମୟରେ ଅନ୍ୟ ଲାଇନରେ ବୀପରିତ ଦିଗରୁ ଯଶବନ୍ତପୁର-ହାଓ୍ଵଡ଼ା ଏକ୍ସପ୍ରେସ୍ ଗତି କରୁଥିଲା। ବହାନଗା ଷ୍ଟେସନରେ ଏହି ୨ ଟ୍ରେନ ଅଟକିବାର ନ ଥିଲା, ତେଣୁ ୨ ଟ୍ରେନ ଦ୍ରୁତ ଗତିରେ ମାଡ଼ି ଚାଲିଥିଲା।

ରିପୋର୍ଟ ଅନୁସାରେ ମେନ ଲାଇନ୍‌ର ସିଗ୍ନାଲ ସବୁଜ ହେବାର ଥିଲା ଏବଂ କରମଣ୍ଡଳ ଏକ୍ସପ୍ରେସ ଉକ୍ତଲାଇନରେ ସିଧା ଯିବାର ଥିଲା। ମାତ୍ର ଏମିତି ହୋଇନଥିଲା। ଆରଆରଆଇ(ରୁଟ୍ ରିଲେ ଇଣ୍ଟରକଲିଂ) ସଂପୂର୍ଣ୍ଣ ବିଫଳ କାରଣରୁ ଘଣ୍ଟାପ୍ରତି ୧୨୮ କିଲୋମିଟର ଗତିରେ ଗତି କରୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପଏଣ୍ଟ ନମ୍ବର ୧୭ଏ ନିକଟରେ ବାମକୁ ମୋଡ଼ି ଲୁପ୍ ଲାଇନ୍‌ରେ ଛିଡ଼ା ହୋଇଥିବା ମାଲଗାଡ଼ିକୁ ପଛ ପଟୁ ଧକ୍କା ମାରିଥିଲା। ଧକ୍କା ଏତେ ଭୀଷଣ ଥିଲା ଯେ, କରମଣ୍ଡଳ ଏକ୍ସପ୍ରେସର ୧୫ ବଗି ଲାଇନଚ୍ୟୁତ୍ ହୋଇଥିଲା। ସେଥିରୁ ୭ ବଗି ସଂପୂର୍ଣ୍ଣ ଧକ୍କା ଏତେ ଭୀଷଣ ଥିଲା ଯେ, କରମଣ୍ଡଳ ଏକ୍ସପ୍ରେସର ୧୫ ବଗି ଲାଇନଚ୍ୟୁତ୍ ହୋଇଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ହାଓ୍ଵଡ଼ା ଏକ୍ସପ୍ରେସ୍ ଲାଇନଚ୍ୟୁତ୍ କରମଣ୍ଡଳ ଏକ୍ସପ୍ରେସ୍‌କୁ ଧକ୍କା ଦେଇଥିଲା।