FeaturedLatestSports

ମହିଳା କ୍ରି‌କେଟର ଉତ୍କର୍ଷା ପାୱାରଙ୍କୁ ବିବାହ କଲେ ଋତୁରାଜ ଗାଏକ୍ୱାଡ

ମୁମ୍ବାଇ (ସଂକେତ୍ ଟିଭି) କ୍ରିକେଟର ଋତୁରାଜ ଗାଏକ୍ୱାଡ ମହାବଳେଶ୍ବର ରିସର୍ଟରେ ମହିଳା କ୍ରି‌କେଟର ଉତ୍କର୍ଷା ପାୱାରଙ୍କୁ ବିବାହ କରିଛନ୍ତି। ଏହି ଆକର୍ଷଣୀୟ ବିବାହ ଧୁମଧାମରେ ସମ୍ପର୍ଣ୍ଣ ହୋଇଛି।

ଉତ୍କର୍ଷା ମହାରାଷ୍ଟ୍ର ମହିଳା କ୍ରିକେଟ ଟିମ ପକ୍ଷରୁ ଏକାଧିକ ମ୍ୟାଚ୍‌ ଖେଳି ସାରିଛନ୍ତି । ଉତ୍କର୍ଷା ମହାରାଷ୍ଟ୍ର ଅଣ୍ଡର ୧୯ ଟିମ ପାଇଁ ୨୦୧୨-୧୩ ଓ ୨୦୧୭-୧୮ରେ ଖେଳିଥିଲେ । ଜଣେ ଅଲରାଉଣ୍ଡର ଥିବା ଉତ୍କର୍ଷା ୧୧ ବର୍ଷ ବୟସରୁ କ୍ରିକେଟ୍ ଖେଳୁଛନ୍ତି । ବର୍ତ୍ତମାନ ସେ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ନିକଟରେ ଉତ୍କର୍ଷାଙ୍କୁ ମହିଳା ସିନିୟର ଓଡିଆଇ ଟ୍ରଫିରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଉତ୍କଳ ପୁନେ ଇନଷ୍ଟିଚ୍ୟୁଟ୍ ଅଫ୍ ପୁଷ୍ଟିକର ଏବଂ ଫିଟନେସ୍ ସାଇନ୍ସରେ ସେ ଅଧ୍ୟୟନ କରୁଛନ୍ତି ।

କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗାଏକ୍ୱାଡ ମଧ୍ୟ ମହାରାଷ୍ଟ୍ର କ୍ରିକେଟ ଟିମର ଜଣେ ଖେଳାଳି ରହିଛନ୍ତି । ଚେନ୍ନାଇ ଚଳିତ ବର୍ଷ ଆଇପିଏଲ ଟ୍ରଫି ଜିତିବା ପରେ ଗାଏକ୍ୱାଡ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋରେ ଋତୁରାଜ ଓ ଉତ୍କର୍ଷା ଦୁହେଁ ଏକାଠି ଟ୍ରଫି ଧରିଥିବା ଦେଖିବାକୁ ମିଳିଥିଲା।