ବରଗଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବରଗଡ (ସଂକେତ୍ ଟିଭି) ବରଗଡ ଜିଲ୍ଲା ସମ୍ବରଧରା ନିକଟରେ ଚୂନ ପଥର ବୋଝେଇ ଟ୍ରେନ୍‌ର ଚାରୋଟି ବଗି ଲାଇନଚ୍ୟୁତ ହୋଇଛି । ଡୁଙ୍ଗୁରୀ ମାଇନସରୁ ଚୂନପଥର ନେଇ ଟ୍ରେନଟି ବରଗଡ଼ ଆସୁଥିଲା । ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ।

ମାଲବାହୀ ଟ୍ରେନ ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଚୂନପଥର ବୋଝେଇ ହୋଇଥିବା ବେଳେ ଭଟଲି ବ୍ଲକ ସମ୍ବରଧରା ନିକଟରେ ଲାଇନଚ୍ୟୁତ ହୋଇଥିଲା । ମାଲବାହୀ ଗାଡିର ଇଞ୍ଜିନକୁ ଲାଗି ରହିଥିବା ଚାରୋଟି ଗୋଟି ବଗି ରେଳ ଧାରଣାରୁ ତଳକୁ ଚାଲିଯାଇ ଓଲଟିପଡ଼ିଥିଲା । ତେବେ ଟ୍ରେନ କର୍ମଚାରୀଙ୍କ କହିବା ଅନୁଯାୟୀ ଇଞ୍ଜିନ ଓ ବଗିକୁ ସଂଯୋଗ କରୁଥିବା ଏକ୍ସଲ ଭାଙ୍ଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି । କିନ୍ତୁ ଏହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଏସିସି ସିମେଣ୍ଟ କମ୍ପାନୀ ଏହି ନେରୋଗଜ୍ ଟ୍ରାକ୍‌ର ରକ୍ଷଣାବେକ୍ଷଣା ଦାୟିତ୍ୱରେ ରହିଛି । ଲାଇନଚ୍ୟୁତ ହୋଇଥିବା ଏହି ଗୋଟିଏ ଟ୍ରେନ୍‌ ହିଁ ଏହି ଲାଇନ୍‌ ଦେଇ ଯିବା ଆସିବା କରେ। ଏହାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ।