ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଭୁବନେଶ୍ବର (ସଂକେତ୍ ଟିଭି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ । ସେ କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ରୋଗୀଙ୍କୁ ଭେଟିବା ସହ ମୃତାହତଙ୍କ ପରିବାରଙ୍କୁ କ୍ଷତିପୂରଣ ରାଶି ଚେକ ମାଧ୍ୟମରେ ପ୍ରଦାନ କରିବେ ।
ମମତା ଗତକାଲ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର କେବଳ ଅଧିକ କଥା କହୁଛନ୍ତି ବୋଲି ତାଚ୍ଛଲ୍ୟ କରିଥିଲେ । କେନ୍ଦ୍ର ସରକାର ବାଲେଶ୍ବର ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ଚପାଇଦେବାକୁ ଉଦ୍ୟମ କରୁଛନ୍ତି। ନିକଟ ଅତୀତରେ ଏହା ହେଉଛି ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୦ ପ୍ରତିଶତ ଆହତଙ୍କ ଅବସ୍ଥା ଗୁରୁତର ରହିଛି। କେନ୍ଦ୍ର ସରକାର ନିଜ ଦାୟିତ୍ବରୁ ହାତ ଖସେଇଦେବା ସହିତ ନିଜ ତ୍ରୁଟି ବଦଳରେ ଅନ୍ୟ ତ୍ରୁଟି ଦେଖାଇବାରେ ବ୍ୟସ୍ତ। ସେହିପରି ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ ମମତା କହିଛନ୍ତି ଯେ ସତ ଜାଣିବାର ଆବଶ୍ୟକତା ଅଛି, ସତକୁ ଚପାଇବାର ସମୟ ନୁହେଁ ।