ବାଲେଶ୍ୱର ଜିଆର୍ପି ଥାନାରେ ରୁଜୁ ହେଲା ବାହାନଗା ଟ୍ରେନ ଦୁର୍ଘଟଣା ମାମଲା
ବାଲେଶ୍ୱର(ସଂକେତ୍ ଟିଭି) ବାହାନଗା ରେଳ ଦୁର୍ଘଟଣା ନେଇ ବାଲେଶ୍ୱର ଜିଆର୍ପି ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ଡିଏସ୍ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି।
ବାଲେଶ୍ୱର ଜିଆର୍ପି ଥାନାର ଏସ୍ଆଇ ପପୁ ନାୟକଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଉଲ୍ଲେଖ କରାଯାଇଛି। ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪, ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମାମଲା ରୁଜୁ ହୋଇଛି।
ଏହି ଭୟାନକ ଦୁର୍ଘଟଣାରେ ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ୍ ହୋଇଥିବା ବେଳେ ଜିଆରପି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ଅଲୋଚନାର ବିଷୟ ହୋଇଛି। ସେପଟେ ରେଲଓ୍ବେ ସେଫଟି କମିଶନର ଶୈଳେଶ କୁମାର ପାଠକ ବାହାନଗା ପହଞ୍ଚି ସିଗନାଲ ରୁମ ଓ କଣ୍ଟ୍ରୋଲରୁମକୁ ପରିଦର୍ଶନ କରିଛନ୍ତି ।
