ରେକର୍ଡ ହେଲା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ବୟାନ
ଭୁବନେଶ୍ବର (ସଂକେତ୍ ଟିଭି) ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରାଙ୍କ ବୟାନ ରେକର୍ଡ କରାଯାଇଛି । ତଦନ୍ତ କାରୀ ଟିମ୍ ତାଙ୍କ ପ୍ରିଲିମିନାରୀ ବୟାନ ରେକର୍ଡ କରିଛନ୍ତି । ତାଙ୍କର ଚିକିତ୍ସା ଭୁବନେଶ୍ୱର ଏମସ୍ରେ ଚାଲିଛି। ସୁସ୍ଥ ହେଲା ପରେ ପୁଣି ବୟାନ ରେକର୍ଡ ହେବ ବୋଲି ଦକ୍ଷିଣ – ପୂର୍ବ ରେଲୱେର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି ।
ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଲୋକୋ ପାଇଲଟ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର ହୋଇଥିବାବେଳେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଆଇସିୟୁରେ ଅଛନ୍ତି । ସେମାନେ କହିଛନ୍ତି, ପାଇଲଟ ସିଗନାଲ ଗ୍ରୀନ୍ ଥିବା ସୂଚନା ଦେଇଛନ୍ତି । ଆଉ ତାପରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରିନାହିଁ। ତଦନ୍ତ ଚାଲିଛି।