ଏଲ୍‌ପିଜି ନେଇ ଯାଉଥିବା ମାଲ୍‌ଗାଡ଼ି ଲାଇନଚ୍ୟୁତ

ଭୋପାଳ (ସଂକେତ୍ ଟିଭି) ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଅନ୍ତର୍ଗତ ଶାହାପୁର ଭିତ୍‌ନୋଇରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ରୁ ୨ଟି ‘ଏଲ୍‌ପିଜି’ ୱାଗନ୍‌ (ଟ୍ୟାଙ୍କ୍‌) ଲାଇନ୍‌ଚ୍ୟୁତ ‌‌ହୋଇଛି । ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଥିବା କଥା ଆଜି ରେଳବାଇ ଅଧିକାରୀମାନେ କହିଛନ୍ତି।

ରେଳବାଇ ଦିଆଯାଇଥିବା ସୂଚନା ଅନୁସାରେ ଶାହାପୁର ଅନ୍ତର୍ଗତ ଭିତୋନି ଷ୍ଟେସନ୍‌ ନିକଟରେ ଥିବା ଭାରତ ପେଟ୍ରୋଲିୟମ୍‌ ଡିପୋ ନିକଟରେ ଏହି ଦୁର୍ଘଟଣା ଘଟିଛି। ମାଲ୍‌ ଖଲାସ ପାଇଁ ଗାଡ଼ିଟି ରଖାଯାଇଥିବା ବ‌େଳେ ‘ଏଲ୍‌ପିଜି’ ୱାଗନ୍‌ ଦୁଇଟି ଧାରଣାରୁ ବାହାରି ଯାଇଥିଲା। ଗୋଟାଏ ଘରୋଇ କମ୍ପାନି ନିମନ୍ତେ ଏହି ୱାଗନ୍‌ ଦୁଇଟିରେ ‘ଏଲ୍‌ପିଜି’ ଯାଉଥିଲା। କିନ୍ତୁ, ଏଥିଯୋଗୁଁ ଟ୍ରେନ୍‌ ଚଳାଚଳ ପାଇଁ ଥିବା କୌଣସି ମୁଖ୍ୟ ଲାଇନ୍‌ ପ୍ରଭାବିତ ହୋଇନାହିଁ, ସ୍ବାଭାବିକ ରହିଛି।