ବାହାନଗା ରେଳ ଦୁର୍ଘଟଣା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଭାରତ, ଅଷ୍ଟ୍ରେଲିଆ ଖେଳାଳି
ଲଣ୍ଡନ (ସଂକେତ୍ ଟିଭି) ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳ ଅବସରରେ ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଭାରତ ଓ ଅଷ୍ଟ୍ରେଲିଆ ଟିମ୍ । ମୃତକଙ୍କ ପାଇଁ ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହା ପରେ ଭାରତୀୟ ଦଳର ଖେଳାଳିମାନେ ନିଜ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇ ଥିଲେ ।
ସୂଚନା ଅନୁସାରେ, କେନିଂଟନ ଓଭାଲଠାରେ ବୁଧବାରଠାରୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଆରମ୍ଭ ହୋଇଛି । ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।