ବାହାନଗା ଟ୍ରେନ୍ ଟ୍ରାଜେଡି: ବିହାରର ୮୮ ଯାତ୍ରୀଙ୍କ ପତ୍ତା ମିଳୁ ନାହିଁ

ପାଟନା (ସଂକେତ୍ ଟିଭି) ବିହାରର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାହନୱାଜ ଆଲାମ କହିଛନ୍ତି ଯେ ବାହାନଗା ଟ୍ରେନ ଦୁର୍ଘଟଣାରେ ବିହାରର ୮୮ ଯାତ୍ରୀଙ୍କ ପତ୍ତା ମିଳୁନାହିଁ । ଏପର୍ଯ୍ୟନ୍ତ ଆସିଥିବା ରିପୋର୍ଟ ଅନୁସାରେ ଟ୍ରେନ ଦୁର୍ଘଟଣାରେ ବିହାରର ୪୩ ଜଣଙ୍କର ମୃତ୍ୟୁ ହୋଇଛି । ୪୪ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ହେଲେ ଆଉ ୮୮ ଜଣଙ୍କ ପତ୍ତା ମିଳୁନଥିବା ଜଣାପଡିଛି । ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଥିଲେ ତାଙ୍କ ରାଜ୍ୟର ୩୧ଜଣ ଲୋକଙ୍କୁ ପତ୍ତା ମିଳୁନାହିଁ ।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସର୍ବାଧିକ ମୃତକ ପଶ୍ଚିମବଙ୍ଗର ରହିଛନ୍ତି । ଏସବୁ ଭିତରେ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଏବେ ମଧ୍ୟ ୮୮ ଜଣ ଯାତ୍ରୀଙ୍କର ପତ୍ତା ମିଳୁନି । ସେହିଭଳି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ତାଙ୍କ ରାଜ୍ୟର ୩୧ ଜଣଙ୍କର କୌଣସି ଖୋଜ ଖବର ମିଳୁନି ।