ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ସିଧା ଭୁବନେଶ୍ବର ଏମ୍‌ସ ଆସନ୍ତୁ : ପୂର୍ବତଟ ରେଳପଥ

ଭୁବନେଶ୍ବର(ସଂକେତ୍ ଟିଭି) ବାଲେଶ୍ୱର ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇ କ୍ୟାପିଟାଲ୍‌, ସମ୍‌, କିମ୍ସ, ହାଇଟେକ୍‌ ଓ ଆମ୍ରି ହସ୍ପିଟାଲ୍‌ରେ ଥିବା ୩୯ ମୃତଦେହକୁ ଗତକାଲି ଏମ୍ସ ସ୍ଥାନାନ୍ତର କରାଯାଇଛି। ଭିନ୍ନ ଭିନ୍ନ ହସ୍ପିଟାଲରେ ମୃତ ଦେହ ରଖାଯାଉଥିବାରୁ, ମୃତ ଦେହ ଚିହ୍ନଟ ହେବାରେ ସମସ୍ୟା ଦେଖାଦେଉଥିଲା । ସମ୍ପର୍କୀୟମାନେ ଜାଣିପାରୁନଥିଲେ କେଉଁ ହସ୍ପିଟାଲ ଯାଇ ତାଙ୍କ ଲୋକଙ୍କୁ ଖୋଜିବେ । ଏ ହସ୍ପିଟାଲରୁ ସେ ହସ୍ପିଟାଲ ଘୁରି ବୁଲୁଥିଲେ କିନ୍ତି ଶବ ଚିହ୍ନଟ ହୋଇପାରୁନଥିଲା । ଯାହାକୁ ଦୃଷ୍ଟିରେ ରଖି କେବଳ ଏମ୍ସରେ ହିଁ ମୃତ ଦେହ ରଖିବାକୁ ନିଷ୍ପତ୍ତି ହୋଇଛି । ସମ୍ପର୍କୀୟମାନେ ଏଠାକୁ ଆସି ଶବ ଚିହ୍ନଟ କରିପାରିବେ।