କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ଦକ୍ଷିଣ-ପଶ୍ଚିମ ଅଭିମୁଖେ ଅଗ୍ରସର ହେଉଛି । ତେବେ ‘ବିପର୍ଯ୍ୟୟ’ବ୍ୟାତ୍ୟା ପ୍ରଭାବ ଥିବାରୁ ସପ୍ତାହେ ବିଳମ୍ବରେ ମୌସୁମୀ ସ୍ଥଳଭାଗ ଛୁଇଁଥିବା ପାଣିପାଗ ବିଭାଗ ବିଭାଗ ପକ୍ଷରୁ କୁହାଯାଇଛି। ସପ୍ତାହେ ବିଳମ୍ବରେ ମୌସୁମୀ ଛୁଇଁଥିବା ସୂଚନା ଦିଆଯାଇଛି। ସେପଟେ ଆସନ୍ତା ୨୦ ତାରିଖ ଭିତରେ ରାଜ୍ୟରେ ମୌସୁମୀ ଛୁଇଁବ।

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୨ ଦିନ ମଧ୍ୟରେ ବଙ୍ଗୋପସାଗର, ଆରବ ସାଗରରେ ଅଧିକ ଅଞ୍ଚଳର ଆହୁରି ବ୍ୟାପକ ଅଞ୍ଚଳକୁ ବ୍ୟାପିବା ପରେ ମୌସୁମୀ ବାୟୁ ସମଗ୍ର କେରଳ ଓ ତାମିଲନାଡୁ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବିସ୍ତାରିତ ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପୂର୍ବ ଭାରତରେ ମଧ୍ୟ ପ୍ରବେଶ କରିବ ଏବଂ ପରେ ପରେ କେନ୍ଦ୍ରୀୟ ଭାରତ ଆଡ଼କୁ ଅଗ୍ରସର ହେବ।