ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର (ସଂକେତ୍ ଟିଭି) ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆଜି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଯୁକ୍ତ ଦୁଇ କଳାରେ ପାସ୍ ହାର ୭୮.୮୮ % ରହିଥିବା ବେଳେ ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି ।

ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ହୋଇଥିବା ବେଳେ ୨ୟ ଶ୍ରେଣୀରେ ୩୨,୪୬୧ ଓ ୩ୟ ଶ୍ରେଣୀରେ ୧୧୬୧୭୯ ଜଣ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ପୁଅଙ୍କ ପାସ ହାର ୭୦.୪୩ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ ହାର ୮୫.୬୬ ପ୍ରତିଶତ ରହିଛି। ଏଥିସହ ପାସ୍‌ ହାରରେ ଛାତ୍ରଙ୍କଠାରୁ ଛାତ୍ରୀ ଆଗରେ ରହିଛନ୍ତି। କଳାରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭% ପିଲା ପାସ୍ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାସ୍‌ ହାରରେ ସର୍ବନିମ୍ନ ୭୦.୭୪% ରହିଛି।

ସେହିପରି, ୫ ହଜାର ୭୨୦ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ପରୀକ୍ଷା ଦେଇଥିବା ବେଳେ ୩,୮୬୦ ଜଣ ପାସ ହୋଇଛନ୍ତି। ଫଳରେ ମୋଟ ପାସ ହାର ୬୭.୪୮ ପ୍ରତିଶତ ରହିଛି। ସେଥିମଧ୍ୟରୁ ପ୍ରଥଣ ଶ୍ରେଣୀରେ ୮୪୩ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ହୋଇଥିବା ବେଳେ ୨ୟ ଶ୍ରେଣୀରେ୧୭୫୧ ଓ ୩ୟ ଶ୍ରେଣୀରେ ୧୧୧୫ଜଣ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୩୦ ହଜାର ୫୪୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦା ମୂଳକ ଶିକ୍ଷାରେ ୫ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।