ମନ୍ତ୍ରିମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ, ଉଚ୍ଚ ଶିକ୍ଷା ଦାୟିତ୍ବରେ ଅତନୁ
ଭୁବନେଶ୍ବର (ସଂକେତ୍ ଟିଭି)ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ପାଇଁ ବାଦ ପଡିଥିବା ଜଣାପଡ଼ିଛି ।
ଗତ ଜୁନ୍ ମାସରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଥିଲା। ସଂପ୍ରତି ସେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି। ଏଣେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।