ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର
ଭୁବନେଶ୍ବର (ସଂକେତ୍ ଟିଭି) ଓଲିଉଡ ଅଭନେତ୍ରୀ ପ୍ରକୃତି ମିଶ୍ର ପ୍ରଯୋଜକ ସଞ୍ଜୟ ନାୟକ ବା ଟୁଟୁ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀମାନଙ୍କୁ କାମ ଦେବାର ପ୍ରଲୋଭନ ଦେଖାଇ ସଞ୍ଜୟ ଶୋଷଣ କରୁଥିଲେ ବୋଲି ପ୍ରକୃତି ଅଭିଯୋଗ ଆଣିଛନ୍ତି ।
ଗୋଟିଏ ଘରୋଇ ଚେନେଲକୁ ଇଣ୍ଚରଭ୍ୟୁ ଦେଇ ପ୍ରକୃତି କହିଛନ୍ତି ଯେ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ନବାଗତ ଅଭିନେତ୍ରୀ ଅଭିନେତାଙ୍କୁ ଶୋଷଣ କରନ୍ତି ପ୍ରଯୋଜକ । ଅନେକ ଝିଅ ତାଙ୍କ ଦ୍ବାରା ଖରାପ ବ୍ୟବହାରର ଶିକାର ହୋଇଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ସଂଜୟ ନାୟକ କିଭଳି ନବାଗତଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଛନ୍ତି । ତେଣୁ ଟୁଟୁ ନାୟକଙ୍କ ଭଳି ଜଣେ ଅଭଦ୍ରତାର ପରିଚୟ ଦେଉଥିବା ପ୍ରଯୋଜକଙ୍କୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରୁ ବୟକଟ କରିବା ଦରକାର ଆଉ ତାଙ୍କ ବିରୋଧରେ ସବୁ ଅଭିନେତ୍ରୀଙ୍କୁ ସାମନାକୁ ଆସି ଅଭିଯୋଗ କରିବା ଦରକାର । ଯାହାଦ୍ୱାରା ଆମ ସିନେମା ଇଣ୍ଡଷ୍ଟ୍ରିରେ ହେଉଥିବା କାଷ୍ଟିଂ କାଉଚ ବନ୍ଦ ହୋଇପାରିବ ଆଉ ସମସ୍ତେ ଗୋଟେ ସକାରାତ୍ମକ ପରିବେଶରେ କାମ କରିପାରିବେ ବୋଲି ପ୍ରକୃତି କହିଛନ୍ତି ।
ଏହି ଅଭିଯୋଗ ପରେ ପ୍ରଯୋଜକ ସଞ୍ଜୟ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ଯଦି ଅଭିଯୋଗ ଆଣୁଛନ୍ତି ତେବେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରନ୍ତୁ । ଯଦି ପ୍ରମାଣ ନାହିଁ କପୋଳକଳ୍ପିତ ଅଭିଯୋଗ ଲଗାନ୍ତୁ ନାହିଁ । କିଛିଜଣ ମିଶିକି ଅର୍ଥାତ କିଛି ଅଭିନେତ୍ରୀ ଓ ପ୍ରଯୋଜକ ମିଳିମିଶି ଚକ୍ରାନ୍ତ କରି ଏଭଳି କରିଛନ୍ତି । ଏମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବା ସହ ମାନହାନି ମୋକଦ୍ଦମା କରିବେ ବୋଲି ସେ କହିଛନ୍ତି ।
ପ୍ରକୃତି ବଦଲା ପାଇଁ ଏଭଳି କରିଛନ୍ତି । ମୁଁ ପ୍ରକୃତି ମିଶ୍ର ଏବଂ ଜାସମିନ୍ ରଥଙ୍କ ନାଁରେ ବିନା ତଥ୍ୟରେ ନ୍ୟୁଜ୍ ପରିବେଷଣ କରିଥିବା ଚ୍ୟାନେଲ ବିରୋଧରେ ଆଇନର ଆଶ୍ରୟ ନେବି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ମୁଁ ବାବୁଶାନ ଏବଂ ପ୍ରକୃତିଙ୍କ ଘଟଣାରେ ମୁରବି ଭାବରେ କିଛି ପ୍ରତିକ୍ରିୟା ରଖିଥିଲି । ସେନେଇ ପ୍ରକୃତି ଜାଣିବୁଝି ଆକ୍ରୋଶମୂଳକ ଭାବେ ମୋ ନାଁରେ ଏଭଳି ଅଭିଯୋଗ କରୁଛନ୍ତି । ଏହାସହ ଜାସମିନ୍ ରଥଙ୍କୁ ମୁଁ ଭଲଭାବେ ଓ ବ୍ୟକ୍ତିଗତ ଜାଣିନାହିଁ । କେବଳ ଅନ୍ୟ ବ୍ୟାନରରେ ସିନେମାରେ ଦେଖା ହୋଇଛି । ତେଣୁ କିଭଳି ମୁଁ ତାଙ୍କୁ ହୋଟେଲକୁ ଡାକିଲି। । ଏଣୁ ପ୍ରକୃତିଙ୍କ କଥାରେ ପଡି ଉଭୟ ଜାଣିଶୁଣି ଏଭଳି ମୋ ନାଁରେ ଅଭିଯୋଗ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ମୁଁ ମୋ ବାପାଙ୍କ ମୃତ୍ୟୁ ପରେ କିଛି ସିନେମା କରିନି ଯଦି କରିନି ତାହା ତାହାଲେ ସେମାନଙ୍କୁ ଫିଲ୍ମ ଦେବା ଆଳରେ କାଷ୍ଟିଂ କାଉଚ ବା ଅସଦାଚରଣ କଲି କେତେବେଳେ ଆଉ ମୋ ପ୍ରୋଜେକ୍ଟରୁ ବାହାର କଲି କେତେବେଳେ ତେଣୁ ସବୁକିଛି ପୂର୍ବ ଯୋଜନା ମୋତେ ଆକ୍ରୋଶମୂଳକ ଭାବେ ଫସାଇବା ପାଇଁ । ଏହି ଇଣ୍ଡଷ୍ଟ୍ରିରେ ମୁଁ ୪୦ ବର୍ଷ ହେଲା କାମ କଲିଣି । ଲୋକ ଜାଣିଛନ୍ତି ମୁଁ କଣ ଆଉ ପ୍ରକୃତି କଣ । ଯାହାର ଉତ୍ତର ପ୍ରକୁତିଙ୍କୁ ଲୋକେ ସୋସିଆଲ ମିଡିଆରେ ଦେଇ ସାରିଲେଣି । ତେଣୁ ମୋ ମାନହାନି କରିଥିବାରୁ ମୁ ଏମାନଙ୍କ ବିରୋଧରେ କେଶ କରିବି । ପ୍ରକୃତି ଓ ତାଙ୍କ ସହ ଥିବା ଝିଅମାନଙ୍କର ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ କିଛି ଅବଦାନ ନାହିଁ କି ସେମାନଙ୍କର ଅସ୍ତିତ୍ୱ ନାହିଁ । ଏମାନେ ଇଣ୍ଡଷ୍ଟ୍ରିକୁ ବିଗାଡଉଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ । କିଛି ପ୍ରଯୋଜକ ଓ ଅଭିନେତ୍ରୀମାନେ ମିଲିଭଗତର ଚକ୍ରାନ୍ତର ଖୁବଶୀଘ୍ର ତଥ୍ୟ ସହ ପର୍ଦ୍ଦାଫାର୍ସ କରିବି ବୋଲି କହିଛନ୍ତି ସଂଜୟ ନାୟକ ।