୪ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଟାଙ୍ଗି ଦେଲା ବାପା
ରାଉରକେଲା (ସଂକେତ୍ ଟିଭି) ରାଉରକେଲାର ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ ଜଣେ ବ୍ୟକ୍ତି ତାର ୪ ବର୍ଷର ଶିଶୁପୁତ୍ରକୁ ମାରି ଟାଙ୍ଗିଦେଇଥିବା କୁହାଯାଉଛି। ଅଭିଯୁକ୍ତର ନାଁ ରାଜୁ ଲାକ୍ରା ବୋଲି ଜଣାଯାଇଛି। ତାକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ତେବେ ତାର ପତ୍ନୀ ଗୁନୁ ଲାକ୍ରାଙ୍କ ପରପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ରାଜୁ ନିଜର ୪ ବର୍ଷର ପୁଅ ଆର୍ଯ୍ୟନକୁ ହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ଶୁକ୍ରବାର ରାଜୁ ଜଣେ ଯୁବକଙ୍କ ସହ ନିଜ ପତ୍ନୀଙ୍କୁ ଦେଖିଥିଲା । ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଦୁହେଁ ଫେରାର୍ ହୋଇଯାଇଥିଲେ । ସ୍ତ୍ରୀର ଏଭଳି ବିଶ୍ବାସଘାତକତା ପାଇଁ ରାଗରେ ଅନ୍ଧ ହୋଇଯାଇଥିଲା ରାଜୁ । ପତ୍ନୀର ପରକ୍ରିୟା ପ୍ରୀତିର ରାଗ ସେ ୪ ବର୍ଷର ପୁଅ ଉପରେ ସୁଝାଇଥିଲା । ବାପା ହୋଇ ନିଜ ହାତରେ ଜନ୍ମକଲା ପୁଅର ଜୀବନ ନେଇ ଯାଇଥିଲା ।
ପୁଲିସ ଓ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ପତ୍ନୀ ଗୁନୁ ଲାକ୍ରା ନିଜ ବିରୋଧରେ ପରକିୟା ପ୍ରୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।