ସୁପ୍ରିୟା ସୁଲେ ଓ ପ୍ରଫୁଲ ପଟେଲ୍ ହେଲେ ଏନ୍ସିପି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ
ମୁମ୍ବାଇ (ସଂକେତ୍ ଟିଭି) ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ (ଏନ୍ସିପି )ର ନୂଆ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଦୁଇଜଣ ହେଲେ ସୁପ୍ରିୟା ସୁଲେ ଓ ପ୍ରଫୁଲ ପଟେଲ୍। ଆଜି ଶରତ ପାୱାର୍ ଏହି ଦୁଇ ଜଣଙ୍କୁ ନୂଆ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତି କରିଥିବା ବେଳେ ସେଥିରେ ଅଜିତ ପାୱାର୍ଙ୍କୁ ସାମିଲ କରିନାହାନ୍ତି। ଦଳର ୨୫ଶ ବାର୍ଷିକୀ ଅବସରରେ ଶରତ ପାୱାର୍ ଏ ଦୁଇଜଣଙ୍କ ନାମ ଘୋଷଣା କରିଛନ୍ତି।
ସୂଚନାଅନୁସାରେ, ୧୯୯୯ରେ ନିଜେ ଶରଦ ପାୱାର୍ ଓ ପି. ଏ. ସଙ୍ଗ୍ମା ‘ଏନ୍ସିପି’ ସ୍ଥାପନା କରିଥିଲେ। ଆଜିର ଏହି ଉତ୍ସବରେ ‘ଏନ୍ସିପି’ର ଅନ୍ୟତମ ବିଶିଷ୍ଟ ନେତା ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। ‘ଏନ୍ସିପି’ ସାଂସଦ ତଥା ଶରଦ୍ ପାୱାର୍ଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ମହିଳା ଯୁବା ଓ ଲୋକସଭା ସମନ୍ବୟ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଫୁଲ ପଟେଲ୍ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୋଆ ଦାୟିତ୍ବରେ ରହିବେ।