ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି
ଭୁବନେଶ୍ୱର(ସଂକେତ୍ ଟିଭି) : ରାଜ୍ୟ ସରକାରୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮% ରୁ ୪୨%କୁ ବୃଦ୍ଧି ହୋଇଛି। ବର୍ଦ୍ଧିତ ଭତ୍ତା ୨୦୨୩ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ। ପେନ୍ସନ୍ଭୋଗୀଙ୍କ ଟିଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି। ପେନ୍ସନ୍ଭୋଗୀ ମଧ୍ୟ ଜୁନ୍ ମାସ ପେନ୍ସନ୍ରେ ବର୍ଦ୍ଧିତ ଟିଆଇ ପାଇବେ। ୭.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ନୂଆ ବର୍ଷ ଅବସରରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି କରିଥିଲେ। ଏସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪%ରୁ ୩୮%କୁ ବୃଦ୍ଧି ପାଇଥିଲା। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧.୭.୨୦୨୨ରୁ ପିଛିଲା ଭାବରେ ଲାଗୁ କରାଯାଇଥିଲା।