ଫେସବୁକ ଲାଇଭରେ ଆତ୍ମହତ୍ୟା ଉଦ୍ୟମ କଲେ କପିଲ ଶର୍ମା ଶୋର କମେଡିଆନ
ମୁମ୍ବାଇ (ସଂକେତ୍ ଟିଭି) କପିଲ ଶର୍ମା ଶୋରେ ଜୁନିଅର ନାନା ପାଟେକରଙ୍କ ଭୂମିକାରେ ଅଭିନୟ କରିଥିବା ହାସ୍ୟ ଅଭିନେତା ତିରଥାନନ୍ଦ ରାଓ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ଫେସ୍ବୁକରେ ଲାଇଭ ଆସି ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଠିକ୍ ସମୟରେ ପୋଲିସ ପହଞ୍ଚି ତିରଥାନନ୍ଦଙ୍କୁ ଉଦ୍ଧାର କରିଥିଲା ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ଆତ୍ମହତ୍ୟାର କାରଣ ମଧ୍ୟ ଦର୍ଶାଇଛନ୍ତି ।
ତିରଥାନନ୍ଦଙ୍କ ଅନୁଯାୟୀ ସେ ଜଣେ ମହିଳାଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି । ଏହି ମହିଳାଙ୍କ ହେତୁ ତାଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି । ସେ ଏକ ମିଥ୍ୟା ମାମଲାରେ ତାଙ୍କୁ ଫସାଇ ଟଙ୍କା ଆଦାୟ କରୁଛନ୍ତି । ସେ ସେହି ମହିଳାଙ୍କଠାରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଫୋନ୍ କିଣି ଦେଇଥିଲେ । ତଥାପି ସେ ଏହି ସମସ୍ୟାରୁ ବାହାରି ପାରି ନାହାନ୍ତି । ଏହି ମହିଳାଙ୍କ ହେତୁ ସେ 34 ଲକ୍ଷ ଟଙ୍କା ଋଣ ନେଇ ସାରିଛନ୍ତି । ନିର୍ଯାତନା ସହି ନପାରି ସେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି ।
ସୂଚନା ଥାଉ କି ଜୁନିଅର ନାନା ପାଟେକର ଭାବରେ ଜଣାଶୁଣା ତିରଥାନନ୍ଦ ରାଓ ଫେସବୁକରେ ଲାଇଭ କରି ନିଜ ଫ୍ଲାଟରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ପଡ଼ୋଶୀ ଲୋକମାନେ ପୋଲିସକୁ ଡାକିଥିଲେ । ପୋଲିସ ପହଞ୍ଚିଲା ବେଳକୁ ସେ ଚେତାଶୂନ୍ୟ ହୋଇ ପଡିଥିଲେ । ପରେ ପୋଲିସଙ୍କ ସହାୟତାରେ ଠିକ୍ ସମୟରେ ତାଙ୍କୁ ଡାକ୍ତରଖାନା ନେଇଥିଲା।
ସେପଟେ ପୋଲିସ ତିରଥାନନ୍ଦଙ୍କ ଗର୍ଲଫ୍ରେଣ୍ଡ କୁହା ଯାଉଥିବା ମହିଳାଙ୍କୁ ଡାକିଥିଲା ସେତେବେଳେ ସେ କହିଥିଲେ ତାଙ୍କୁ ମରିବାକୁ ଦିଅ ମୁଁ ତାଙ୍କୁ ଛାଡିବାକୁ ଯାଉଛି ।