ଟଳିଲା ଆଉ ଏକ ରେଳ ଦୁର୍ଘଟଣା : ବଗି ଛାଡି ପଳାଇଲା ଇଞ୍ଜିନ

ଭବାନୀପାଟଣା (ସଂକେତ୍ ଟିଭି) ବଗି ଛାଡି ପଳାଇଲା ରେଳ ଇଞ୍ଜିନ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଷ୍ଟେସନରେ ଏକ ମାଲବାହୀ ଟ୍ରେନରୁ ଦୁଇଟି ବଗି ଅଲଗା ହୋଇଯାଇଥିଲା । ପ୍ରାୟ ୩୦ ମିଟର ଇଞ୍ଜିନ ଛାଡି ଦୁଇଟି ବଗି ପଳାଇଲା ପରେ ଲୋକୋ ପାଇଲଟ ଟ୍ରେନ ଅଟକାଇ ଥିଲେ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ଦୁର୍ଘଟଣା ଟଳିଯାଇଛି ।

ସୂଚନା ଅନୁସାରେ ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ ଗାଡ଼ି ଛାଡ଼ିବା ବେଳକୁ ମଝି ଭାଗରୁ ଆଲୁମିନା ୱାଗନ ଅଲଗା ହୋଇଯାଇଥିଲା । ଟ୍ରେନ୍‌ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍‌କୁ ରୋକିଲେ ଲୋକୋ ପାଇଲଟ । ଘଟଣାସ୍ଥଳର ସ୍ଥାନୀୟ ରେଳ କର୍ମଚାରୀ ପହଞ୍ଚିଥିବା ବେଳେ ମରାମତି ପାଇଁ ଟିଟିଲାଗଡରୁ ଟେକ୍ନିକାଲ ଟିମ୍ ଆସିପହଞ୍ଚିଥିଲେ।