ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଠାବ ହେଲା ଅଚଳାଚଳ ସମ୍ପତ୍ତି

ଭୁବନେଶ୍ବର (ସଂକେତ୍ ଟିଭି) ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଚଢାଉ କରି ଭିଜିଲାନ୍ସ ଅଚଳାଚଳ ସମ୍ପତ୍ତି ଠାବ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ୫ଟି ବହୁତଳ ପ୍ରାସାଦ, ନିମାପଡ଼ାରେ ଗୋଟିଏ ଫାର୍ମ ହାଉସ୍, ୧୦ ଟି ଦୋକାନ ଘର ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ , ୬୦ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଏବଂ ଗୋଟିଏ ଚାରି ଚକିଆ ଗାଡି ଏବଂ ଦୁଇଟି ବାଇକ୍‌ ଠାବ କରାଯାଇଛି ।

ଆଜି ସକାଳୁ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘରେ ରେଡ୍‌ ଜାରି ରଖିଛି । ଚଢ଼ଉରେ ୨ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ଅଛନ୍ତି। ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀଙ୍କର ଭୁବନେଶ୍ବର ଭୀମଟାଙ୍ଗିରେ ଦୁଇ ମହଲା ଘର, ରାଜାରାଣୀ କଲୋନୀରେ ଦୁଇଟି ୩ ମହଲା ଘର, ଶିଶୁପାଳଗଡ ଏବଂ ଲୁଇସ୍ ରୋଡ୍‌ରେ ଘର ରହିଛି ।

ଏହା ବାଦ୍‌ ନିମାପଡ଼ାରେ ୧ ଏକରରୁ ଅଧିକ ଫାର୍ମ ହାଉସ୍ ସହ ନିମାପଡାରେ ରହିଛି ଏକ ମାର୍କେଟ୍ କମ୍ପେକ୍ସ । ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଥିଲେ।