ଯୌନ ଶୋଷଣ ମାମଲାରେ ଓଡିଆ ଆଇପିଏସ ଅଫିସରଙ୍କୁ ୩ ବର୍ଷ ଜେଲ୍
ନୂଆଦିଲ୍ଲୀ (ସଂକେତ୍ ଟିଭି) ମହିଳା ଆଇପିଏସ ଅଧିକାରୀ ଯୌନ ନିର୍ଯାତନା ମାମଲାରେତାମିଳନାଡୁ କ୍ୟାଡର ଓଡିଆ ଆିଇପିଏସ ରାଜେଶ ଦାସଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତାମିଲନାଡ଼ୁର ବିଲ୍ଲୁପୁରମ୍ କୋର୍ଟ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ସହିତ ଦଶ ହଜାର ଟଙ୍କା ଜରିମାନା କରିଛନ୍ତି । ୨୦୨୧ ଫେବ୍ରୁଆରୀରେ ମହିଳା ଆଇପିଏସ ଅଧିକାରୀ ନିଜର ବରିଷ୍ଠ ଅଧିକାରୀ ରାଜେଶ ଦାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।
ସୂଚନା ଅନୁସାରେ, ଫେବ୍ରୁଆରୀ ୨୦୨୧ରେ ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ସୁରକ୍ଷାରେ ନିୟୋଜିତ ରାଜେଶ ଦାସଙ୍କ ଉପରେ ମହିଳା ଆଇପିଏସ ଯୌନ ଶୋଷଣ ଅଭିଯୋଗ ହୋଇଥିଲା। ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜେଶ ଦାସଙ୍କୁ ନିଲମ୍ବିତ କରିଥିଲେ। ମାଡ୍ରାସ ହାଇକୋର୍ଟ ଏହି ମାମଲାରେ ଚିନ୍ତା ପ୍ରକଟ କରିବା ସହ ନିରପେକ୍ଷ ତଦନ୍ତ ନିର୍ଦ୍ଦଶ ଦେଇଥିଲେ । ଏଥିସହ ତଦନ୍ତର ଅଗ୍ରଗତି ଓ ବିଚାର ପ୍ରକ୍ରିୟା ମଧ୍ୟ ତଦାରଖ କରିଥିଲେ ।
ଅଭିଯୋଗ ହୋଇଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଲିନୀସ୍ବାମୀଙ୍କ ସୁରକ୍ଷା ସମୟରେ ଡ୍ୟୁଟିରେ ଥିଲେ ଏବଂ ଉଭୟ ଏକାଠି କାର୍ ରେ ଯାଉଥିଲେ , ସେହି ସମୟରେ ଏହି ଘଟଣା ଘଟିଥିଲା। ଏନେଇ ଡିଜିପି ଓ ଗୃହ ସଚିବଙ୍କ ନିକଟରେ ଅଭିଯୋଗ କରିବା ପାଇଁ ତାଙ୍କୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ସେ ଡିଜିପିଙ୍କୁ ଭେଟିବାକୁ ଯାଉଥିବା ବେଳେ ସେହି ସମୟର ଭିଲ୍ଲୁପୁରମର ଜଣେ ଏସପି ମହିଳା ଆଇପିଏସଙ୍କୁ ଚେନ୍ନାଇରେ ପ୍ରବେଶ କରିବାରୁ ଅଟକାଇ ଥିଲେ । ଏସପି ଟୋଲ ପ୍ଲାଜା ନିକଟରେ ମହିଳା ଆଇପିଏସ ଅଧିକାରୀଙ୍କୁ ଅଟକାଇ ଥିଲେ । ଏଥିପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଓ CID ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ଭାର ନେଇଥିଲେ । ତଦନ୍ତକାରୀ ଟିମ୍ ଅଭିଯୁକ୍ତ ତତ୍କାଳୀନ ସ୍ପେଶାଲ ଡିଜି ରାଜେଶଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଭିଲ୍ଲୁପୁରମ କୋର୍ଟରେ ଦାଖଲ କରିଥିଲେ ।
ଏହି ମାମଲା ୨୦୨୧ରେ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ ହୋଇଥିଲା। ବରୋଧୀ ତତ୍କାଳନୀ ନେତା ଏମକେ ଷ୍ଟାଲିନ୍ ସତ୍ତାରେ ଆସିବା ପରେ ଆଇନ ଅନୁଯାୟୀ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଇ ଆଶ୍ବସନା ଦେଇଥିଲା।