ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ

ବାରିପଦା (ସଂକେତ୍ ଟିଭି) ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣରେ ଶିକାରୀଙ୍କ ଗୁଳିରେ କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡ଼ାର ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି । ମୃତ ବନ କର୍ମଚାରୀଙ୍କ ନାମ ମାଟିଆ ହାଁସଦା (୪୫) ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ପରେ ବଡଚାଚରନ ବିଟହାଉସ ଅଞ୍ଚଳରେ ୬ଜଣ ସଶସ୍ତ୍ର ଶିକାରୀଙ୍କ ସହିତ ୬ଜଣିଆ ବନକର୍ମଚାରୀ ଦଳଙ୍କ ମୁହାଁମୁହିଁ ହୋଇଥିଲା। ଶିକାରୀଙ୍କ ଗୁଳି ବନପାଳଙ୍କ ଛାତିରେ ବାଜିବାରୁମାଟିଆ ହାଁସଦା ଗୁରୁତର ଆହତ ହୋଇପଡିଥିଲେ। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ଆଣି ଥିବାବେଳେ ଡାକ୍ତର ମୃତଘୋଷଣା କରିଛନ୍ତି। ସେପଟେ ଶିକାରୀମାନେ ଘଟଣା ଭିଆଇ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି।