ବାଲେଶ୍ବର ବଜାରରେ ପ୍ରବେଶ କଲା ହୋଣ୍ଡାସାଇନ୍‌- ୧୦୦

ବାଲେଶ୍ବର (ସଂକେତ୍ ଟିଭି) ହୋଣ୍ଡା ମୋଟର ସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ଅଧିକୃତ ବିକ୍ରେତା ହରି ମୋଟର୍ସ ପକ୍ଷରୁ ନୂତନ ମୋଟର ସାଇକେଲ ହୋଣ୍ଡାସାଇନ୍‌ -୧୦୦ର ବଜାର ପ୍ରବେଶ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଓଟି ରୋଡ୍‌ସ୍ଥିତ ହରିପ୍ଲାଜା ପରିସରରେ ଅନୁଷ୍ଠିତ ହୋଇଯାଇଛି । ହରିମୋଟର୍ସର ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ହୋଣ୍ଡା କମ୍ପାନୀର ଓଡ଼ିଶା ସେଲ୍ସ ମୁଖ୍ୟ ରାଜେଶ ଚୌଧୁରୀ, ସମ୍ମାନୀତ ଅତିଥିଭାବେ ଏରିଆ ସେଲସ୍‌ ମେନେଜର ଅଭିଷେକ ହୋତା, ଗ୍ରାହକ ସେବାର ଏରିଆ ମେନେଜର ଶୁଭେନ୍ଦୁ କୁମାର ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ବାଇକ୍‌କୁ ଲୋକାର୍ପଣ କରିଥିଲେ ।

କମ୍ପାନୀ ସଦାସର୍ବଦା ଗ୍ରାହକଙ୍କ ସୃଷ୍ଟିକରଣ ଉପରେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଅଳ୍ପ ଖର୍ଚ୍ଚରେ ଗ୍ରାହକ କେମିତି ଉତ୍ତମ ସେବା ପାଇପାରିବେ ସେଥିପ୍ରତି କମ୍ପାନୀ ଅଧିକ ଯନିବାନ । ହୋଣ୍ଡାସାଇନ୍‌ର-୧୦୦ ସିସି ବାଇକ୍‌ ବାହାର କରିବା ପାଇଁ ପୂର୍ବରୁ ଗ୍ରାହକମାନେ ଦାବି କରି ଆସୁଥିବା ବେଳେ ଗ୍ରାହକଙ୍କ ଦାବିକୁ ଗୁରୁତ୍ୱଦେଇ କମ୍ପାନୀ ଏଭଳି ନୂତନ ବାଇକ୍‌ ପ୍ରସ୍ତୁତ କରିଛି । ଏହି ବାଇକରେ ଶକ୍ତିଶାଳୀ ସସ୍‌ପେନ୍‌ସନ, ଲମ୍ବା ଏବଂ ଆରାମଦାୟକ ସିଟ୍‌, ୧୦୦ ସିସିର ହୋଣ୍ଡା ଇଞ୍ଜିନ୍‌, ଉନ୍ନତମାନର ବ୍ରେକ୍‌ ସିଷ୍ଟମ୍‌, ସାଇଡ ଷ୍ଟାଣ୍ଡ ଇଞ୍ଜିନ କଟଅଫ ଇତ୍ୟାଦି ଗାଡ଼ିର ଉନ୍ନତ ଗୁଣବତ୍ତା ରହିଛି । ଏହି ଗାଡ଼ିର ସୋରୁମ୍‌ ମୂଲ୍ୟ ୬୬ହଜାର ୯୦୦ ଟଙ୍କା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରି ମୋଟର୍ସର ନିର୍ଦ୍ଦେଶକ ସଂଗ୍ରାମ ଦାସ, ହରି ମେରାଇନ୍‌ର ନିର୍ଦ୍ଦେଶକ ସମ୍ବିତ୍‌ ଦାସ,ୟର୍ସ ହୋଣ୍ଡାର ସେଲ୍ସ ମେନେଜର ଇନ୍ଦ୍ରଜିତ ସିଂ, ସର୍ଭିସ ମ୍ୟାନେଜର ଅରବିନ୍ଦ ଘୋଷ ପ୍ରମୁଖ ମଞ୍ଚାସୀନ ଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।