ଟ୍ରେନରେ ଯାତ୍ରାବେଳେ ଚୋରି ପାଇଁ ରେଳବାଇ ଦାୟୀ ନୁହେଁ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଯଦି ଆପଣ ଏକ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କୁ ନିଜ ଲଗେଜର ଦାୟିତ୍ୱ ନିଜକୁ ନେବାକୁ ପଡିବ, କାରଣ ଯଦି ଲଗେଜ୍ ଚୋରି ହୁଏ ତେବେ ଆପଣ ନିଜେ ଏଥିପାଇଁ ଦାୟୀ ରହିବେ କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? କିନ୍ତୁ ଏକଥା ଏକଦମ ସତ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି ଆଉ କହିଛନ୍ତି ଯେ ଯଦି ଆପଣଙ୍କର କୌଣସି ସାମଗ୍ରୀ ବା ଟଙ୍କା ଚୋରି ହୁଏ, ତେବେ ଆପଣ ଏଥିପାଇଁ ରେଳବାଇକୁ ଦାୟୀ କରିପାରିବେ ନାହିଁ ତେଣୁ ଆପଣ ନିଜେ ଆପଣଙ୍କର ଟଙ୍କା ଏବଂ ସାମଗ୍ରୀର ଯନି ନେବାକୁ ପଡିବ ।
ସୁପ୍ରିମକୋର୍ଟ ଗୁରୁବାର ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ଯଦି ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ଟଙ୍କା ଚୋରି ହୁଏ, ତେବେ ଏହାକୁ ରେଳବାଇ ସେବାରେ ଅଭାବ ବୋଲି ବିବେଚନା କରାଯାଇପାରିବ ନାହିଁ । ଏହା ସହିତ ସୁପ୍ରିମକୋର୍ଟ ଜିଲ୍ଲା, ରାଜ୍ୟ ତଥା ଜାତୀୟ ଉପଭୋକ୍ତା ଫୋରମର ନିଷ୍ପତ୍ତିକୁ କୋର୍ଟ ବାତିଲ କରିଛନ୍ତି ଯେଉଁଥିରେ ରେଳବାଇକୁ ଏକ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା ।
ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି ଟ୍ରେନରେ କୌଣସି ସାମଗ୍ରୀ ଚୋରି ହେଉଛି, ତେବେ ଏହାକୁ ରେଳବାଇର ସେବାରେ ଅଭାବ ବୋଲି ବିବେଚନା କରାଯାଇପାରିବ ନାହିଁ । ଯଦି ଯାତ୍ରୀ ନିଜର ବ୍ୟାଗଗୁଡ଼ିକର ଯନି ନେଇ ପାରିବେ ନାହିଁ ତେବେ ରେଳବାଇକୁ ଦାୟୀ କରାଯାଇପାରିବ ନାହିଁ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଯାତ୍ରୀମାନେ ସେମାନଙ୍କର ଜିନିଷର ସୁରକ୍ଷା କରିପାରିବେ ନାହିଁ, ତେବେ ଚୋରି ମାମଲାରେ ରେଳବାଇର ସେବାରେ କିପରି ଅଭାବ ବୋଲି କୁହାଯାଇପାରିବ ।