ପରକୀୟା ପ୍ରୀତିରେ ମାତିଥିଲେ ଇଂଜିନିୟର ସ୍ବାମୀ, ଅଧରାତିରେ ପହଞ୍ଚି ଗଲେ ସ୍ତ୍ରୀ

ବାରିପଦା (ସଂକେତ୍ ଟିଭି) ପଦାରେ ପଡିଲା ଯନ୍ତ୍ରୀଙ୍କ ରୋମିଓଗିରି। ସ୍ତ୍ରୀ ଥାଇ ଅନ୍ୟ ଜଣେ ଯୁବତୀଙ୍କ ସହିତ ରାତି ବିତାଉଥିଲେ ଯନ୍ତ୍ରୀ । ଏହି ସମୟରେ ସଂପର୍କୀୟଙ୍କ ସହିତ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସେ ଧରା ପଡ଼ିଛନ୍ତି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମାଛିଆ ଗ୍ରାମରେ ଏଭଳି ଘଟଣା ସାମନାକୁ ଆସିଛି ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକର କନିଷ୍ଠ ଯନ୍ତ୍ରୀ ଗୋଲକ ବିହାରୀ ମାରାଣ୍ଡି । ସେ ଗତକାଲି (ରବିବାର) ରାତିରେ କପ୍ତିପଦା ଥାନା ମାଛିଆ ଗ୍ରାମର ଜଣେ ଯୁବତୀଙ୍କ ଘରେ ପଶି ପରକୀୟା ପ୍ରୀତିରେ ମାତିଥିଲେ । ଏହି ସମୟରେ ଯନ୍ତ୍ରୀ ମାରାଣ୍ଡିଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯନ୍ତ୍ରୀ ଏବଂ ଉକ୍ତ ଯୁବତୀଙ୍କୁ ଧରିଥିଲେ । ଧରା ପଡ଼ିବା ପରେ ଯନ୍ତ୍ରୀ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ଯନ୍ତ୍ରୀଙ୍କ ରୋମିଓଗିରି ପଦାକୁ ଆସିବା ପରେ ତାଙ୍କ ସ୍ତ୍ରୀ ଏ ନେଇ ଉଦଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ।