ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନା ହେଲେ ର’ ମୁଖ୍ୟ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଭାରତର ପ୍ରମୁଖ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର’ର ନୂଆ ମୁଖ୍ୟ ଭାବେ ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି । ୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡରର ଆଇପିଏସ୍ ଅଧିକାରୀ ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି ସିହ୍ନାଙ୍କୁ ଦୁଇ ବର୍ଷ କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦେଇଛନ୍ତି । ରବି ସିହ୍ନା ସାମନ୍ତ କୁମାର ଗୋଏଲଙ୍କ ସ୍ଥାନ ନେଇଛନ୍ତି । ଜୁନ୍ ରେ ସାମନ୍ତ କୁମାର ଗୋଏଲଙ୍କ କାର୍ଯ୍ୟକାଳ ଶେଷ ହେଉଛି ।