ବାଇକ୍ କୁ ଧକ୍କା ଦେଲା ବସ୍ : ବାପା ମୃତ, ପୁଅ ଗୁରୁତର
ବାରିପଦା (ସଂକେତ୍ ଟିଭି) ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସାନକେରକ ଛକ ନିକଟରେ ଏକ ଯାତ୍ରୀବାହୀ ବସ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଉଠାଣି ନୂଆ ଗାଁ ଗ୍ରାମର ପଦ୍ମ ଲୋଚନ ଗୋଛାୟତ (୬୨) ଗୁରୁତର ଜଣଙ୍କ ତାଙ୍କ ପୁଅ ତାପସ (୩୦)।
ସୂଚନା ଅନୁସାରେ, ବଡସାହି ଥାନା ଉଠାଣୀନୂଆଗାଁର ବାପ-ପୁଅ ବାଇକରେ ଯାଉଥିବା ବେଳେ ଦୁଲାରୀ ନାମକ ବସଟି ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ରେ ବାପର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ପୁଅଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ରହିଛି ।
ସେପଟେ ଦୁର୍ଘଟଣା ଘଟାଇବା ପରେ ବସଟି ପଳାଇ ଯାଉଥିବାବେଳେ ବାରିପଦାର ଅସ୍ତିଆ ନିକଟରେ ଉତ୍ତେଜିତ ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଛନ୍ତି ।