୬୦୦ ଫୁଟ୍ ତଳକୁ ଖସିଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଜିପ୍, ୯ ମୃତ

ଡେରାଡୁନ (ସଂକେତ୍ ଟିଭି) : ଉତ୍ତରାଖଣ୍ଡର ପିଥୋରାଗଡରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମନ୍ଦିରରେ ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁ ଥିବା ଏକ ଜିପ୍‌‌ ନଦୀରେ ଖସି ପଡିଛି। ଏହି ଦୁର୍ଘଟଣାରେ ଜିପ୍‌‌ରେ ଥିବା ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣା ବିଷୟରେ ଖବର ପାଇବା ମାତ୍ରେ ପିଥୋରାଗଡ ଜିଲା ପୁଲିସ ଓ ଉଦ୍ଧାରକାରୀ ଦଳ ଆମ୍ବୁଲାନ୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। କୁହାଯାଉଛି କି ଜିପ୍ ଟି ରାସ୍ତା ଉପରୁ ୬୦୦ ଫୁଟ୍ ତଳକୁ ଖସିପଡିଛି ।

ସୂଚନା ମୁତାବକ ଶ୍ରଦ୍ଧାଳୁମାନେ ବାଗେଶ୍ୱର ଶାମାରୁ ହୋକରା ମନ୍ଦିର ପରିଦର୍ଶନରେ ଯାଉଥିଲେ । ରାସ୍ତାରେ ଜିପଟି ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକମାନେ ଏକାଠି ହୋଇ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ପୋଲିସକୁ ଖବର ଦେଇଥିଲେ । ଅନୁମାନ କରାଯାଉଛି କି ମୃତକଙ୍କ ସଂଖ୍ୟା ବୃଦ୍ଧିପାଇ ପାରେ ।