ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ଘର ସହ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢଉ

ଭଦ୍ରକ (ସଂକେତ୍ ଟିଭି) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ଭୁବନେଶ୍ୱର, ବାଲେଶ୍ବର ଓ ଭଦ୍ରକର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ସେ ସଂପ୍ରତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ କାର୍ଯ୍ୟରତ ଅଛନ୍ତି।

ସୂଚନା ଅନୁସାରେ, ଭିଜିଲାନ୍ସ ଜୟନ୍ତୀଙ୍କର ଭଦ୍ରକ ଫିରିଙ୍ଗପାଟଣାରେ ଥିବା ଜୟନ୍ତୀ ବେହେରାଙ୍କ ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସିଦ୍ଧେଶ୍ୱର କଲୋନିରେ ୩ ମହଲା ଓ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲଡ ଟାଉନ ଅଞ୍ଚଳରେ ଥିବା ଫ୍ଲାଟରେ ଚଢ଼ଉ କରିଛି । ଜୟନ୍ତୀଙ୍କ ଭୁବନେଶ୍ବର କାର୍ଯ୍ୟାଳୟ, ବାଲେଶ୍ୱର ସୁନହଟରେ ଥିବା ସମ୍ପର୍କୀୟ ଓ ଜଣେ ସହଯୋଗୀଙ୍କ ଘରେ ବି ଚଢ଼ଉ ଚାଲିଛି। ଏହାଛଡ଼ା ଭଦ୍ରକରେ ଥିବା ତାଙ୍କୁ ପୁରୁଣା ଅଫିସରେ ବି ଚଢ଼ଉ କରାଯାଉଛି। ଏହି ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୪ଜଣ ଡିଏସପି, ୮ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିବା ଜଣାଯାଇଛି। ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲାରେ ଛତୁଆ ଦୁର୍ନୀତିରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ଲିପ୍ତ ଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଆସୁଥିଲା।