ଓଡିଶା ଛୁଇଁଲା ମୌସୁମୀ ବାୟୁ, ତାତିରୁ ମିଳିଲା ନିସ୍ତାର
ଭୁବନେଶ୍ବର (ସଂକେତ୍ ଟିଭି) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାରେ ପ୍ରବେଶ କରିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।
କେରଳ ମୌସୁମୀ ଛୁଇଁବା ପରେ ଏହାର କିଛି ଦିନ ମଧ୍ୟରେ ଓଡିଶାରେ ମୌସୁମୀ ଛୁଇଁବା କଥା । କିନ୍ତୁ ଜୁନ ମାସ ଶେଷରେ ଅର୍ଥାତ ବିଳମ୍ବରେ ମୌସୁମୀ ଓଡିଶାକୁ ପ୍ରବେଶ କରିଛି । ପ୍ରବଳ ତାତି ଫଳରେ ରାଜ୍ୟବାସୀ କଲବଲ ହେଉଥିବାବେଳେ ମୌସୁମୀର ଆଗମନରେ ରାଜ୍ୟବାସୀ ଆଶ୍ବସ୍ତି ଅନୁଭବ କରୁଛନ୍ତି ।
ସୂଚନା ଅନୁସାରେ, କୋରାପୁଟର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ମାଲାକନଗିରିର ଅଧିକାଂଶ ଅଞ୍ଚଳରେ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।