ବାହାନଗା ରେଳ ଦୁର୍ଘଟଣା : ୫ ବରିଷ୍ଠ ଅଧିକାରୀଙ୍କୁ ବଦଳି
ନୂଆଦିଲ୍ଲୀ (ସଂକେତ୍ ଟିଭି) ବାହାନଗା ଭୟାବହ ରେଳ ଦୁର୍ଘଟଣାର କିଛି ସପ୍ତାହ ପରେ ରେଳ ବିଭାଗ ଦକ୍ଷିଣ ପୂର୍ବ ରେଳପଥର ୫ଜଣ ପଦସ୍ଥ ଅଧିକାରୀଙ୍କୁ ବଦଳି କରିଛି। ବଦଳି କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ରେଳ ଚଳାଚଳ, ସୁରକ୍ଷା ଏବଂ ‘ସିଗ୍ନାଲ୍’ ଆଦି ଦାୟିତ୍ବରେ ଥିବା ଅଧିକାରୀମାନେ ଅଛନ୍ତି । ରେଳ ବିଭାଗ ପକ୍ଷରୁ ହାକୁ ସ୍ବାଭାବିକ ବଦଳି (ରୁଟିନ୍ ଟ୍ରାନ୍ସଫର୍) ବୋଲି କୁହାଯାଇଛି।
ବଦଳି ହୋଇଥିବା ଅଧିକାରୀମାନେ ହେଲେ ‘ଖଡ଼ଗପୁର ଡିଭିଜ୍ନାଲ୍ ରେଲ୍ୱେ ମ୍ୟାନେଜର୍’ (ଡିଆର୍ଏମ୍) ଶୁଜାତ ହାସ୍ମି, ‘ଦକ୍ଷିଣପୂର୍ବ ରେଳପଥ ଜୋନ୍’ର ‘ପ୍ରିନ୍ସିପାଲ୍ ଚିଫ୍ ସିଗ୍ନାଲ୍’ ଏବଂ ‘ଟେଲିକମ୍ୟୁନିକେସନ୍ ଇଞ୍ଜିନିୟର୍ ପି.ଏମ୍. ସିକ୍ଦାର୍, ‘ପ୍ରିନ୍ସିପାଲ୍ ଚିଫ୍ ସେଫ୍ଟି ଅଫିସର୍’ ଚନ୍ଦନ ଅଧିକାରୀ, ‘ପ୍ରିନ୍ସିପାଲ୍ ଚିଫ୍ ସିକ୍ୟୁରିଟି କମିସନର୍’ ଡି. ବି. କସର୍ ଏବଂ ‘ପ୍ରିନ୍ସିପାଲ୍ ଚିଫ୍ କମର୍ସିଆଲ୍ ମ୍ୟାନେଜର୍’ ମହମ୍ମଦ୍ ଅୱେସ୍ ।
ଗତ ଜୁନ୍ ୨ ତାରିଖ ଦିନ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ବଜାର ନିକଟରେ ଥିବା ରେଳବାଇ ଷ୍ଟେସନ୍ ପାଖରେ ଏହି ଭୟାବହ ଟ୍ରେନ୍ ଦୁର୍ଘଟଣା ଘଟି ୨୯୨ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଓ ଆହୁରି ୧,୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।