ବୁଡା ଜାହାଜରେ ଟାଇଟାନିକ ଦେଖିବାକୁ ଯାଇ ୫ ବ୍ୟକ୍ତି ମୃତ
ୱାସିଂଟନ (ସଂକେତ୍ ଟିଭି) : ଆଟଲାଣ୍ଟିକ୍ ମହାସାଗରରେ ଗତ ରବିବାରରୁ ନିଖୋଜ ହୋଇଯାଇଥିବା ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜର ପତ୍ତା ମିଳିଛି। ସମୁଦ୍ର ଗର୍ଭରେ ଟାଇଟାନିକ ଜାହାଜ ଦେଖିବାକୁ ଯାଇଥିବା ‘ଓସେନ୍ ଗେଟ୍ ଏକ୍ସପିଡିସନ୍’ଦ୍ବାରା ପରିଚାଳିତ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍’ବୁଡ଼ାଜାହାଜରେ ଥିବା ୫ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଛନ୍ତି।
ସେମାନଙ୍କୁ ଖୋଜିବା ଲାଗି ଆମେରିକାର କୋଷ୍ଟଗାର୍ଡ, କାନାଡ଼ାର ସାମରିକ ବିମାନ, ଫ୍ରାନ୍ସର ଯୁଦ୍ଧ ଜାହାଜ, ବ୍ରିଟେନର ବୁଡ଼ାଜାହାଜ ଏବଂ ରିମୋର୍ଟ ଦ୍ବାରା ପରିଚାଳିତ ରୋବର୍ଟକୁ ମୁତୟନ କରାଯାଇଥିଲା। ଗୁରୁବାର ପୂର୍ବାହ୍ନରେ ଗୋଟାଏ ରିମୋଟ୍-ନିୟନ୍ତ୍ରିତ ଯାନରେ ପାଣି ଭିତରେ ଠାବ କରାଯାଇଥିବା ଉକ୍ତ ବୁଡ଼ାଜାହାଜର ଭଗ୍ନାଂଶ ସବୁକୁ ପରୀକ୍ଷା କରିବା ପରେ ଆମେରିକା ତଟରକ୍ଷୀ ଏହି ସିଦ୍ଧାନ୍ତରେ ପହଞ୍ଚିଛି। ତେବେ ଅମ୍ଲଜାନ ଅଭାବରୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ।
ଆଟ୍ଲାଣ୍ଟିକ୍ ମହାସାଗରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିବା ‘ଟାଇଟାନିକ୍’ର ଅବଶେଷ ଦେଖିବା ପାଇଁ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍’ରେ ଯାଇଥିବା ବ୍ୟକ୍ତିମାନେ ହେଲେ, ଇଂଲଣ୍ଡ୍ର ୫୮ ବର୍ଷିୟ ହାମିସ୍ ହାର୍ଡିଙ୍ଗ୍, ଫ୍ରାନ୍ସ୍ର ୭୭ ବର୍ଷିୟ ପଲ୍-ହେନ୍ରି ନାର୍ଜିଓଲେଟ୍, ୱାସିଂଟନ୍ସ୍ଥିତ ‘ଓସେନ୍ଗେଟ୍’ ମାଲିକାନାରେ ଥିବା ‘ଇଭ୍ରେଟ୍’ର ମୁଖ୍ୟ ଏକ୍ଜିକ୍ୟୁଟିଭ୍ ଅଫିସର୍ ୬୧ ବର୍ଷିୟ ଷ୍ଟକ୍ଟନ୍ ରସ୍ ଏବଂ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ୍ ଦାଉଦ୍ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ୍ ଦାଉଦ୍।