ଆମେରିକାରେ ୨୫ ହଜାର କୋଟି ଟଙ୍କାର ଡିନର କରିଛନ୍ତି ମୋଦି
ନୂଆଦିଲ୍ଲୀ (ସଂକେତ୍ ଟିଭି) ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ହଜାର କୋଟି ଟଙ୍କାର ଡିନର କରି ଆସିଛନ୍ତି। ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରବକ୍ତା ପଓ୍ବନ ଖେଡା । ଆମେରିକା ସହ କରିଥିବା ପ୍ରତିରକ୍ଷା ଡିଲକୁ ନେଇ ବୁଧବାର ସେ ଏହି ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯାଇ ପ୍ରତିରକ୍ଷା ଚୁକ୍ତି କ୍ରୟକୁ ଏକପାଖିଆ ଭାବେ ସ୍ବାକ୍ଷର କରିଥିଲେ। ଅନ୍ୟ ଦେଶ ତୁଳନାରେ ମୋଦି ପ୍ରିଡେଟର ଡ୍ରୋନ ୩ଗୁଣ ଅଧିକ ମୂଲ୍ୟରେ କିଣିଛନ୍ତି। ଡ୍ରୋନ ପିଛା ୮୮୦ କୋଟି ଟଙ୍କା ମୂଲ୍ୟରେ ଏକ ପ୍ରିଡେଟର ଡ୍ରୋନ କ୍ରୟ କରାଯାଇଛି। ସେ ପ୍ରଶ୍ନ କରିଛନ୍ତି ଯେ ଏହି ଡିଲରୁ କିଏ ଲାଭ ପାଇବାକୁ ଚେଷ୍ଟା କରୁଛି।