ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ତାଲିକାରେ ଟପ୍ ୧୫୦ରେ ଆଇଆଇଟି ବମ୍ବେ
ନୂଆଦିଲ୍ଲୀ (ସଂକେତ୍ ଟିଭି) କ୍ୟୁଏସ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗରେ ଆଇଆଇଟି ବମ୍ବେ ଶ୍ରେଷ୍ଠ ୧୫୦ ତାଲିକାରେ ସ୍ଥାନ ପାଇଛି । କ୍ୟୁଏସ କ୍ବାକ୍ବାରେଲି ସାଇମଣ୍ଡସ ପକ୍ଷରୁ ଆଜି(ବୁଧବାର) ଏହି ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ଆଇଆଇଟି ବମ୍ବେ ଭଲ ପ୍ରଦର୍ଶନ ପାଇଁ ୧୭୭ତମ ସ୍ଥାନରୁ ଉପରକୁ ଉଠି ୧୪୯ତମ ସ୍ଥାନ ଅଧିକାର କରିଛି । ଏହାରି ସହିତ ଦେଶରେ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହେବାର ଗୌରବ ମଧ୍ୟ ଅର୍ଜନ କରିଛି ।
ଏସ୍ ଓ୍ବାଲ୍ଡ ୟୁନିଭରସିଟି ରାଙ୍କିଂ ଅନୁଯାୟୀ, ଭାରତୀୟ ଅନେକ ବିଶ୍ବ ବିଦ୍ୟାଳୟର ପ୍ରଦର୍ଶନ ସୁଧାର ଆସିଛି । ଏଥିରେ ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀ ବିଶ୍ବ ବିଦ୍ୟାଳୟ । ୫୧୨ ରାଙ୍କଂରୁ ୪୦୭ତମ ସ୍ଥାନରେ ପହଞ୍ଚିଛି । ସେହିପରି ଆଇଆଇଟି ଗୌହାଟୀ, ଆଇଆଇଟି ଭୁବନେଶ୍ବର, ପଞ୍ଜାବ ବିଶ୍ବବିଦ୍ୟାଳୟ, ଜେଏନୟୁ, ଥାପର ବିଶ୍ବ ବିଦ୍ୟାଳୟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ବିରଲା ୟୁନିଭରସିଟି ଆଣ୍ଡ ସାଇନ୍ସି ଏବଂ ଭିଆଇଟିର ରାଙ୍କିଂରେ ସୁଧାର ଆସିଛି । ସେହପରି ଭାରତର ଜାତୀୟ ଶିକ୍ଷା ନୀତି ପ୍ରଣାଳୀ ମଧ୍ୟ ଅନୁକୂଳ ରହିଛି ବୋଲି କ୍ବିଏସର ମୁଖ୍ୟ କହିଛନ୍ତି ।
କ୍ବିଏସର ସିଇଓ କ୍ବାକ୍ବାରେଲି କହିଛନ୍ତି ଯେ, ଚଳିତ ବର୍ଷ ଏହି ରାଙ୍କିଙ୍ଗରେ ବିଶ୍ବର ୨୯୦୦ ସଂସ୍ଥାନକୁ ସ୍ଥାନ ମିଳିଛି । ଏଥିରେ ୪୫ଟି ଭାରତୀୟ ବିଶ୍ବବିଦ୍ୟାଳୟ ରହିଛି । ଏହି କ୍ୟୁଏସ ବିଶ୍ବବିଦ୍ୟାଳୟ ମାନ୍ୟତା ତାଲିକାରେ ପୂର୍ବରୁ ୨୦୧୬ରେ ଆଇଆଇଏସସି(IISc) ବେଙ୍ଗାଲୁରୁ ସବୁଠୁ ଅଧିକ ୧୪୭ତମ ରାଙ୍କ ହାସଲ କରିଥିଲା ।
ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଆଇଆଇଟି ବମ୍ବେ କ୍ୟୁଏସ ରାଙ୍କିଙ୍ଗରେ ୧୦୦ରୁ ୫୧.୭ ପ୍ରତିଶତ ସ୍କୋର ସହ ଭାରତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବଂ ବିଶ୍ବସ୍ତରରେ ୧୪୯ତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ସ୍ଥାନର ମାନ୍ୟତା ପାଇଛି । ଆଇଆଇଟି ବମ୍ବେ ପ୍ରଥମ ଥର ଟପ୍-୧୫୦ ତାଲିକାରେ ସ୍ଥାନ ପାଇଛି । ଚଳିତ ବର୍ଷ ୨୩ଟି ବର୍ଗରେ ଏହି ସଂସ୍ଥାନ ଭଲ ପ୍ରଦର୍ଶନ କରିଛି । ସେହିପରି ଏ ବର୍ଷ ପ୍ରଥମ ଥର ୪୫ଟି ଭାରତୀୟ ଶିକ୍ଷାନୁଷ୍ଠାନ କ୍ୟୁଏସ ରାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । ୯ଟି ମାପଦଣ୍ଡକୁ ନେଇ କ୍ୟୁଏସ ରାଙ୍କିଙ୍ଗ ତାଲିକା ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ଆଇଆଇଏସି ବେଙ୍ଗାଲୁରୁ ଅତି ଖରାପ ପ୍ରଦର୍ଶନ ପାଇଁ ୧୫୫ତମ ସ୍ଥାନରୁ ଖସି ସିଧା ୨୨୫ତମ ସ୍ଥାନରେ ପହଞ୍ଚିଛି । ଯାହା ଫଳରେ ବର୍ତ୍ତମାନ ଏହି ସଂସ୍ଥାନ ଦେଶର ସର୍ବଶ୍ରେଷ୍ଠ ମାନ୍ୟତା ହରାଇ ତୃତୀୟ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ହୋଇଛି । ଏହି କ୍ରମରେ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ତାଲିକାରେ ଆଇଆଇଟି ଦିଲ୍ଲୀ ୧୭୪ତମ ସ୍ଥାନରୁ ୧୯୭ତମ, ଆଇଆଇଟି କାନପୁର ୨୬୪ ରୁ ୨୭୮ତମ, ଆଇଆଇଟି ମାଡ୍ରାସ ୨୫୦ତମ ସ୍ଥାନରୁ ଖସି ୨୮୫ତମରେ ରହିଛି ।