କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବଢ଼ିଲା ଆଖୁର ଏଫଆର୍‌ପି ମୂଲ୍ୟ

ନୂଆଦିଲ୍ଲୀ (ସଂକେତ୍ ଟିଭି)କେନ୍ଦ୍ର ସରକାର ଆସନ୍ତା ଋତୁରେ ଆଖୁର ଉଚିତ ଓ ଲାଭକାରୀ ମୂଲ୍ୟ (ଏଫ୍‌ଆରପି) ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ମୋଦୀ ସରକାର ଆସନ୍ତା ଋତୁ ପାଇଁ ଆଖୁର ଉଚିତ ଓ ଲାଭକାରୀ ମୂଲ୍ୟ (ଏଫ୍‌ଆରପି) ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ର ଆର୍ଥିକ କମିଟି ୨୦୨୩-୨୪ ପାଇଁ ଆଖୁର ଏଫଆର୍‌ପି କୁଇଣ୍ଟାଲ ପିଛା ୧୦ ଟଙ୍କା ବଢ଼ିବ ବୋଲି ଘୋଷଣା କରିଛି। ଏବେ ଆଖୁର ନୂଆ ଏଫଆରପି ମୂଲ୍ୟ କୁଇଣ୍ଟାଲ ପିଛା ୩୧୫ ଟଙ୍କା ହୋଇଯାଇଛି।