ହିଂସାଗ୍ରସ୍ତ ମଣିପୁର ଗସ୍ତ କାଳରେ ରାହୁଲ ଗାନ୍ଧୀଙ୍କୁ ରୋକିଲା ପୋଲିସ

ଇମ୍ଫାଲ (ସଂକେତ୍ ଟିଭି) ହିଂସାଗ୍ରସ୍ତ ମଣିପୁର ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସ୍ଥାନୀୟ ପୋଲିସ ଇମ୍ଫାଲ ବିମାନ ବନ୍ଦର ଆଗକୁ ବିଷ୍ଣୁପୁର ଚେକ୍‌ ପୋଷ୍ଟନିକଟରେ ଅଟକାଯାଇଛି। ରାହୁଲ ବିମାନରୁ ଅବତରଣ କରିବା ପରେ ଚୁରାଚାନ୍ଦପୁର ଯାଉଥିଲେ। ରାହୁଲ ଗାନ୍ଧିଙ୍କୁ ସୁରକ୍ଷାଗତ କାରଣରୁ ପୋଲିସ ଆଗକୁ ବଢିବାରୁ ଅଟକାଇଥିବା ପୋଲିସ କହିଛି।

ରାଜ୍ୟ ସରକାର ରାହୁଲଙ୍କୁ ହେଲିକପ୍ଟରରେ ଯିବା ପାଇଁ କହିଛନ୍ତି। ତେବେ ରାହୁଲ ଆକାଶ ମାର୍ଗରେ ଯିବାକୁ ଇଛୁକ ନୁହନ୍ତି ଓ ସଡକ ମାର୍ଗରେ ଯିବାକୁ ଚାହୁଁଛନ୍ତି। ତେବେ ସଡ଼କ ରାସ୍ତାରେ ଯିବା ପାଇଁ ମଣିପୁର ମହିଳାମାନେ ମଝି ରାସ୍ତାରେ ବିରୋଧ କରିବାକୁ ଛିଡା ହୋଇଛନ୍ତି। ଏଣୁ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ରାଜ୍ୟ ସରକାର ରାହୁଲଙ୍କୁ ସଡ଼କ ପଥରେ ଗସ୍ତ ନ କରିବାକୁ କହିଛନ୍ତି।

ସୂଚନା ଅନୁସାରେ, ରାହୁଲ ଗାନ୍ଧି ୨୯ ଜୁନ ଗୁରୁବାର ଦୁଇ ଦିବସୀୟ ମଣିପୁର ଗସ୍ତରେ ଇମ୍ଫାଲ ପହଞ୍ଚିଛନ୍ତି। ରାହୁଲ ତାଙ୍କର ଏହି ଗସ୍ତ କାଳରେ ରିଲିଫ କ୍ୟାମ୍ପ ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ରାହୁଲ ପ୍ରେମ, ଭାଇଚାରା ଓ ଶାନ୍ତିର ବାର୍ତ୍ତା ନେଇ ମଣିପୁର ପହଞ୍ଚିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

ତେବେ ଖବର ମୁତାବକ ରାହୁଲ ଗାନ୍ଧୀ ଇମ୍ଫାଲ ଫେରି ଆସିଛନ୍ତି । ଏବଂ ସେ ହେଲିକେପ୍ଟରରେ ଚୁରାଚନ୍ଦ୍ରପୁରକୁ ଯିବେ ବୋଲି ସୂଚନା ମିଳିଛି ।