ଡମ୍ଫର ଧକ୍କାରେ ନାବାଳିକା ମୃତ

ବାଲିଆପାଳ (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନହରା ଛକରେ ଡମ୍ଫର ଧକ୍କାରେ ଜଣେ ନାବାଳିକା ମୃତ୍ୟୁ ବରଣ କରିଛନ୍ତି । ସେ ସାଇକେଲରେ ଘରକୁ ଫେରୁଥିବା ବେଳେ ଡମ୍ଫରଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁସାରେ, ନହରା ଗ୍ରାମର ଅନୀତା ସେଠୀ ତାଙ୍କ ସାଙ୍ଗମାନଙ୍କ ସହ ସାଇକେଲରେ ଘରକୁ ଫେରୁଥିବା ବେଳେ ଚନ୍ଦନେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଆସୁଥିବା ଏକ ଡମ୍ପର ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇ ଉପରେ ଚଢି ଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଅନୀତାଙ୍କ ମୃତ୍ୟୁ ହୋଇଯାଇଛି ।

ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ପୋଲିସ ପହଞ୍ଚି ଡମ୍ପରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଜଳେଶ୍ୱର ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।